 ନୟାଗଡ,୪/୩: ନୟାଗଡ଼ ସହର ଉପକଣ୍ଠ ବାରମାସୀ ଲେନ ସ୍ଥିତ ବଚପନ୍ ଓ ଗାଇଡାନ୍ସ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ନୟାଗଡ ପୌରପାଳିକାର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ପ୍ରଥମ ଦିବସରେ, ବିଦ୍ୟାଳୟର ପ୍ଲେ ଗ୍ରୁପ୍, ନର୍ସରୀ, ଜୁନିଅର, କେ.ଜି ଓ ସିନିୟର୍ କେ.ଜି ଶିଶୁ ମାନଙ୍କର ପ୍ରତିଯୋଗିତାରେ ସଫଳ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। "ସୋସିଆଲ ମିଡ଼ିଆର ଅପବ୍ୟବହାର" ଓ ଶ୍ରୀକୃଷ୍ଣ ଓ ନାରଦଙ୍କ ମର୍ତ୍ତ୍ୟ ପରିଦର୍ଶନ" ଡ୍ରାମା ଶିଶୁ ମାନଙ୍କ ଦ୍ଵାରା ପରିବେଷଣ କରିଯିବା ସହ କୁନି କୁନି ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।

ଏହି ବାର୍ଷିକ ଉତ୍ସବ ସଭାର ସଭାପତିତ୍ବ ଦାୟିତ୍ଵ ଅରୁଣ କୁମାର ମହାନ୍ତିଙ୍କ ତୁଲାଇଥିବା ବେଳେ ସ୍କୁଲର ଚେୟାରମ୍ୟାନ ଅବିନାଶ ସାହୁଙ୍କ ତତ୍ୱାବଧନରେ ଏହା ପାଳିତ ହୋଇଥିଲା । ସ୍କୁଲର ଅଧ୍ୟକ୍ଷ ଅମୂଲ୍ୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପି.ଆର.ଓ କଳ୍ପନା ଭଦ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସେବିକା ସହଯୋଗ ପୂର୍ବକ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରାଜ୍ୟ
ବଚପନ ଓ ଗାଇଡାନ୍ସ ସ୍କୁଲର ବାର୍ଷିକୋତ୍ସଵ
- Hits: 273