ହେଡଲାଇନସ୍:

ବିଜେପି ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଙ୍କୁ ପୋଲିସର ଆକ୍ରମଣ ରେ ଏତେଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର - କାମାକ୍ଷାନଗର ବିଜେପି କର୍ମୀ ମାନେ ଆଜି କାମାକ୍ଷାନଗର ଥାନା ଅଧିକାରି ଙ୍କୁ ପୋଲିସ୍ ଡ଼ିଜି, କଟକ - ଭୁବନେଶ୍ଵର ପୋଲିସ୍ କମିସନର ଏବଂ ଭୁବନେଶ୍ବର ଡିସିପି ଙ୍କ ବିରୁଦ୍ଧ ରେ ଏତେଲା ଦେଉଛନ୍ତି। ଗତ ୨୮/୦୨/୨୦୨୩ ରିଖ ମଙ୍ଗଳବାର ଦିନ ବିଜେପି ଯୁବମୋର୍ଚ୍ଚା, ଓଡିଶା ପ୍ରଦେଶ ତରଫରୁ ଓଡ଼ିଶା ର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦ ରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୁଚନା ଦିଆଯାଇଥିଲା। ଶୋଭା ଯାତ୍ରା ମାଷ୍ଟର କ୍ୟାଣ୍ଟିନ ରୁ ପି ଏମ୍ ଜି ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ ବିଜେପି ର କାର୍ଯ୍ୟକର୍ତ୍ତା ଙ୍କୁ ପୂର୍ବ ଯୋଜନା ମୁତାବକ ଅତର୍କିତ ଓ ମରଣତକ ଆକ୍ରମଣ କରିଥିଲା। ସାଧା ପୋଷାକଧାରୀ ପୋଲିସ ଓ ଶାସକ ଦଳ ର ଗୁଣ୍ଡା ମାନଙ୍କ ମିଲିତ ଆକ୍ରମଣ ରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି। ଶୋଭା ଯାତ୍ରା ସମୟ ରେ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅଶ୍ରୀଳ ଭାଷା ରେ ଗାଳିଗୁଲଜ୍ କରଯାଇଥିଲା। ଯାହାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମ ରେ ପ୍ରଦର୍ଶିତ ହୋଇଛି। ପୋଲିସ ଡ଼ିଜି ସୁନିଲ ବଂଶଲ୍ , ଭୁବନେଶ୍ଵର - କଟକ ପୋଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହର ନିରପେକ୍ଷ ତଦନ୍ତ ନକରି ଆକ୍ରୋଶ ମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପୋଲିସ୍ ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି। ଭାରତୀୟ ଜନତା ଯୁବ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଙ୍କ ବିରୁଦ୍ଧ ରେ ପୋଲିସ୍ ଯେଉଁ ଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି ସେଥିରେ ରାଜ୍ୟ ର ସାଢେ଼ ୪ କୋଟି ଓଡ଼ିଆ ମାନସିକ ଭାବେ ଆଘାତ ପାଇଛନ୍ତି। ପୋଲିସ୍ ପ୍ରଶାସନ ର କିଛି ଅଫିସର୍ ବିଜେଡ଼ିର ଏଜେଣ୍ଟ ହୋଇ ଯେଉଁ ଭଳି କାର୍ଯ୍ଯ କରିଛନ୍ତି ତାହା ଗଣତନ୍ତ୍ର ପାଇଁ ସୋଭନୀୟ ନୁହଁ । ପୋଲିସ୍ ଡ଼ିଜି, କଟକ - ଭୁବନେଶ୍ଵର ପୋଲିସ୍ କମିସନର, ଭୁବନେଶ୍ଵର ଡିସିପି ଙ୍କ ନିର୍ଦ୍ଦେଶ ରେ ପୋଲିସ୍ ଉଦ୍ୟେସ ମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ମାଡ଼ ମାରିଚି। ଓଡ଼ିଶା ର ପୂର୍ବତନ ସ୍ୱାସ୍ଥ୍ୟ ସ୍ବର୍ଗତ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ୍ ଏ ଏସ୍ ଆଇ ହତ୍ୟା କରିଛି। ଏହି କଥା କୁ ବିଜେପି ବାରମ୍ବାର କହିଥିବାରୁ ପୋଲିସ୍ ପ୍ରଶାସନ ବିଜେପି ଉପରେ ଆକ୍ରୋଶ ମୂଳକ ମନୋଭାବ ଜାରି ରଖିଛି। ସେଥି ପାଇଁ ପୋଲିସ ଏପରି କାର୍ଯ୍ଯ କରିଛି।

0
0
0
s2sdefault