ଚମ୍ପୁଆ : ବିଜେପି ଯୁବମୋର୍ଚ୍ଚା ଫେବୃଆରୀ ୨୮ରେ ବିଧାନସଭା ଘେରାଉ ସମୟ ରେ ଭୁବନେଶ୍ୱର କମିଶନରେଟ ପୋଲିସ ର ସରକାରୀ ଦଳ ଓ ତୃତୀୟ ମହଲା ର ପ୍ରାୟୋଜିତ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରାଗଲା ଓ ପୋଲିସ ଙ୍କ ସହ ବିଜେଡି ଦଳ ର କର୍ମୀ ମାନେ ମିଶି ଆକ୍ରମଣ କଲେ ଓ ପୋଲିସ ପ୍ରଶାସନ ପକ୍ଷରୁ ଭଲ ଭାବେ ତଦନ୍ତ ନକରି ଯେଭଳି ଯୁବମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ ଓ ଅନେକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି,କାର୍ଯ୍ୟକର୍ତ୍ତା ଙ୍କୁ କୋର୍ଟ ଫର୍ୱାଡ କଲେ। ପୋଲିସ ଓ ଶାସକ ଦଳର ଗୁଣ୍ଡା ମାନଙ୍କ ଆକ୍ରମଣ ରେ ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶୋଭାଯାତ୍ରା ସମୟ ରେ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ ସହ ଅସଦାଚରଣ କରାଗଲା। ତାହାକୁ ବିରୋଧ କରି ଓଡ଼ିଶା ବିଜେପି ର ନିର୍ଦ୍ଦେଶ କ୍ରମେ ଚମ୍ପୁଆ ମଣ୍ଡଳ ବିଜେପି ପକ୍ଷରୁ ସଭାପତି ରାଜେଶ ଆଚାର୍ଯ୍ୟ, ସାଧାରଣ ସଂପାଦକ ସଞ୍ଜୟ ଗିରି, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ର ସଭାପତି ମହତାବ ଆଲମ୍, ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ବିଶ୍ଵନାଥ ନନ୍ଦ, ଚମ୍ପୁଆ ଯୁବମୋର୍ଚ୍ଚା ସଭାପତି ଅଭିନବ ସାହୁ ଚମ୍ପୁଆ ଥାନା ରେ ପୋଲିସ ଡି ଜି, କମିଶନର,ଭୁବନେଶ୍ଵର ଡି ସି ପି ଙ୍କ ବିରୋଧ ରେ ଏତଲା ଦାୟର କଲେ।
ରାଜ୍ୟ
ଭାଜପା ଯୁବମୋର୍ଚ୍ଚାଙ୍କୁ ପୋଲିସର ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ଚମ୍ପୁଆ ଥାନା ରେ ଏତେଲା
- Hits: 287