ହେଡଲାଇନସ୍:

କେଡେ ପାରିବାର ରାଉରକେଲା ସ୍ମାର୍ଟସିଟି : ଖର୍ଚ ମାତ୍ର ୧୪%

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(girija shankar Dash) : ରାଉରକେଲା ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ବରାଦ କରିଥିବା ବେଳେ ୨ ବର୍ଷ ଭିତରେ ୧୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ | ଏଥିରୁ ରାଉଲକେଲା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କେତେ ପାରିବାର ବା କାଢ଼ୁଆ ତାହା ବିଧାନ ସଭାରେ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଦେଇଥିବା ଉତ୍ତରରୁ ପ୍ରମାଣିତ ହୋଇଯାଇଛି | 

ରାଉଲକେଲା ସ୍ମାର୍ଟସିଟିକୁ ମିଳିଥିବା ଅର୍ଥ ଓ ଏହାର ଖର୍ଚ୍ଚ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରେ ଉଲ୍ଲେଖ କରିଛନ୍ତି ଯେ ୨୦୧୬ ମସିହାରେ ରାଉରକେଲାକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯାଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ତିନୋଟି ଆର୍ଥିକ ବର୍ଷରେ ସମାନୁପାତିକ ଭାବେ ଅର୍ଥ ପ୍ରଦାନ କରିଛନ୍ତି । ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ୩୯ଟି ପ୍ରକଳ୍ପ ୨୭୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା କରିବାକୁ ଥିବା ବେଳେ ଏଥିରୁ ଏଯାବତ୍ ଖର୍ଚ୍ଚ ହୋଇଛି ମାତ୍ର ୭୪ କୋଟି ୬୩ ଲକ୍ଷ ଟଙ୍କା । ଏଥିରେ ମାତ୍ର ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇ ରିକ୍ସା  ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୩୦ଟି  ସିଟି ବସ୍ରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜିପିଏସ୍ ବ୍ୟବସ୍ଥା ହୋଇଛି । ଆଉ ୪ଟି ପ୍ରକଳ୍ପର କାମ ଧିମା ଗତିରେ ଚାଲିଥିବା ବେଳେ ଆଉ ୩୩ଟି ପ୍ରକଳ୍ପର କାମ ଆରମ୍ଭ ହୋଇପାରିନାହିଁ । ଅବଶ୍ୟ ଏଥିରୁ କେତୋଟି ପ୍ରକଳ୍ପ ଲାଗି ଟେଣ୍ଡର ଡକା ଯାଇଛି । 

ବିଶେଷ କରି ବର୍ଷା ଜଳ ନିଷ୍କାସନ ଲାଗି ସ୍ୱେରେଜ କାର୍ଯ୍ୟ, ଇଣ୍ଡୋର ଷ୍ଟାଡିୟମ୍ ପ୍ରତିଷ୍ଠା , ବିର୍ଶା ଷ୍ଟାଡିୟମର  ଉନ୍ନତିକରଣ, ଭୂତଳ ଶକ୍ତି ଯୋଗାଣ, ସ୍ମାର୍ଟ ରୋଡ୍, ଭୁବନେଶ୍ୱର ଭଳି ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ , କନଭେନସନ  ହଲ୍, ବ୍ରାହ୍ମଣୀ ନଦୀ ବନ୍ଧର ଉନ୍ନତିକରଣ, ଷ୍ଟ୍ରିଟ୍ ଲାଇଟ୍ ଓ ଟ୍ରାଫିକ୍ ବ୍ୟବସ୍ଥାର ବିକାଶ ସଙ୍ଗେ ସଙ୍ଗେ ସର୍ଭେଲାନ୍ସ କ୍ୟାମେରା ଖଞ୍ଜିବା, ଫୁଟ୍ ଓଭରବ୍ରିଜ୍ ସହିତ ସ୍ମାର୍ଟ ବସ୍ ଟର୍ମିନାଲ୍ ନିର୍ମାଣ, ବର୍ଜ୍ୟବସ୍ତୁ ବିଶୋଧନ ସହିତ ବ୍ୟାରେଜ୍ ନିର୍ମାଣ, ଗ୍ୟାସ୍ କ୍ରିମେଟୋରିୟମ୍ ଆଦି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ୬ ମାସ ମଧ୍ୟରେ ଶେଷ କରିବା ପାଇଁ ଶ୍ରୀ ରାୟ ଦାବି କରିଛନ୍ତି । 

0
0
0
s2sdefault