ହେଡଲାଇନସ୍:

ଗୁଣ୍ଡା ଲଗାଇ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ କରାଇଲେ ପରିବାର ଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ତ୍ରୀକୁ ଛାଡପତ୍ର ନଦେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ, ପୋଲିସର ତଦନ୍ତ।

କାମାକ୍ଷାନଗର(ରିତେଶ ବ୍ରହ୍ମା): ସ୍ତ୍ରୀକୁ ଛାଡପତ୍ର ନଦେବାରୁ ପରିବାର ଲୋକଙ୍କ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ। ବୋହୁର ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ ଗରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି। ସୃ ଚନା ମୁତାବକ କଙ୍କଡାହାଡ ଥାନା ସରବେରେଣି ଗ୍ରାମର ଅଶୋକ କୁମାର ମାହାନ୍ତ ଓ ତାଙ୍କ ସ୍ତ୍ରୀ ନିର୍ମଳା ମାହାନ୍ତିଙ୍କୁ ପରିବାର ଲୋକେ ମରଣାତ୍ମକ ଆକ୍ରମଣ କରିଛନ୍ତି। ପୁର୍ବରୁ ଅଶୋକକୁ ପରିବାରର ବାପା,ମାଆ ,ଭାଇ ଓ ଭଉଣି ସମସ୍ତେ ମିଶି ସ୍ତ୍ରୀ ନିର୍ମଳାକୁ ଛାଡପତ୍ର ଦେବାପାଇଁ କହୁଥିଲେ। ମାତ୍ର ଏଥିରେ ଅଶୋକ ରାଜି ହୋଇନଥିଲେ । ଫଳରେ ବିଭିନ୍ନ ସମୟରେ ବୋହୁକୁ ଯୌତୁକ ପାଇଁ ପରିବାର ଲୋକେ ନିର୍ଯାତନ ଦେଇ ଆସୁଥିଲେ। ଆଜି ସକାଳୁ ସକାଳୁ ୩ ଜଣ ବ୍ୟକ୍ତି ଷ୍ଟିଲ ପାଇପ ସାହାର୍ଯ୍ୟରେ ଉଭୟ ସ୍ବାାମି ଓ ସ୍ତ୍ରୀଙ୍କ ମରଣାତ୍ମକ ଆକ୍ରମଣ କରିଥିଲେ। ଉଭୟ ସ୍ବାମି ସ୍ତ୍ରୀ ଗୁରୁତର ଅବସ୍ଥାରେ ଘରେ ପଡିରହିଥିଲେ। ପଡୋଶୀ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସ୍ତ୍ରୀ ର ଦୁଇ ଗୋଡ ଭାଙ୍ଗିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କଙ୍କଡାହାଡ ପୋଲିସ ମେଡୀକାଲରେ ପହଞ୍ଚି ତଦନ୍ତ ଚଳାଇଛି।

0
0
0
s2sdefault