ହେଡଲାଇନସ୍:

ବ୍ୟାଙ୍କରୁ ଟଙ୍କା ଉଠାଇ ମାର୍କେଟିଙ୍ଗ କରୁଥିବାବେଳେ ୧ ଲକ୍ଷ ଟାଙ୍କ ଝାମ୍ପିନେଇ ପଳାଇଲେ ଦୁଇ ଦୁର୍ବୁତ୍ତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର(ରିତେଶ ବ୍ରହ୍ମା): ବ୍ୟାଙ୍କରୁ ଟଙ୍କା ଉଠାଇ ବଜାରରୁ ମଞ୍ଜି ଦୋକାନରୁ ମଞ୍ଜି କିଣୁଥିବାବେଳେ ଝାମ୍ପିନେଲେ ୧ ଲକ୍ଷ ଟଙ୍କା। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୧ ଟା ବେଳକୁ ମଠକରଗୋଳା ଗ୍ରାମର ସନ୍ତୋଷ ଜେନା କାମାକ୍ଷାନଗର ଷ୍ଟେଟବ୍ୟାଙ୍କ ଶାଖରୁ ୧ ଲକ୍ଷ ଟଙ୍କା ଉଠାଇ ବଜାରର କଳ୍ପନାକ୍ଲବ ନୀକଟରେ ଥିବି ମଞ୍ଜି ଦୋକାନରୁ ମଞ୍ଜି କିଣୁଥିବା ବେଳେ ଗାଡି ହ୍ୟାଣ୍ଡେଲ୍ ରେ ଥିବ ହ୍ୟାଣ୍ଡ ବ୍ୟାଗରୁ ୧ ଲକ୍ଷଟଙ୍କା ଦୁଇ ଦୁର୍ବୁତ୍ତ ଝାମ୍ପି ନେ ଫେରାର ହୋଇଗଲେ। ଏନେଇ ସନ୍ତୋଷ ଜେନା କାମାକ୍ଷାନଗର ଥିନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏହା ସହ ଘଟଣାସ୍ଥଳରେ ଥିବା ଅନ୍ୟ ଦୋକାନର ସିସିଟିଭି ଓ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି।

0
0
0
s2sdefault