ଭୁବନେଶ୍ୱର : ପିଡ଼ିଏସରେ ପ୍ଲାଷ୍ଟିକ ଚାଉଳ ବଣ୍ଟନକୁ ଗୁଜବ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହା ଭିଟାମିନ ଯୁକ୍ତ ଚାଉଳ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲଟ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏହି ଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା । ସଚେତନତା ପରେ ଲୋକେ ଜାଣି ପାରିଲେ ଯେ ଏହା ଭିଟାମିନ ଯୁକ୍ତ ଚାଉଳ । ବର୍ତ୍ତମାନ ଯେଉଁ ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ସଚେତନ କରିବ l ଗୋଟେ କୁଇଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ ମିଶା ଯାଉଛି l ଚଳିତ ଫେବୃଆରୀ ମାସରୁ ସବୁ ଜିଲ୍ଲାରେ ଏହି ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି l ଏହି ଚାଉଳ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି l ତା'ପରେ ଯାଇ ପିଡ଼ିଏସ ରେ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।
ରାଜ୍ୟ
ପିଡ଼ିଏସରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ ଗୁଜବ : ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ
- Hits: 305