ହେଡଲାଇନସ୍:

ଅଚିହ୍ନା ଓ ଅବହେଳିତ ଶବ ସସମ୍ମାନେ ଦାହ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିଛି ‘ଓଡ଼ିଶା-ମୋ ପରିବାର’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତ୍ୟୁ ପରେ ଚକ୍ଷୁ ଦାନ କରି ଅମର ରହିଗଲେ ମହିଳା

ଭୁବନେଶ୍ୱର: କାହାର ମୃତ୍ୟୁ କେତେବେଳେ ଆସିବ, ତାହା କେହି ବି ଜାଣିନଥାନ୍ତି, ତେବେ ସଭିଏଁ ଜାଣିଥା’ନ୍ତି, “ମୃତ୍ୟୁ ପରେ ଛ’ଖଣ୍ଡ କାଠ ଏବଂ ଚାରି କାନ୍ଧରେ ମଶାଣି ଯାଆନ୍ତି” କିନ୍ତୁ ଏହି ଇଚ୍ଛା ସମସ୍ତଙ୍କର ପୁରା ହୋଇ ନଥାଏ । ଦୁର୍ଭାଗ୍ୟବଶତଃ, କେହି ଦୁର୍ଘଟଣାରେ କୌଣସି ସ୍ଥାନରେ ମୃତ୍ୟୁ ବରଣ କରି ଅଚିହ୍ନା ହୋଇ ପଡ଼ି ରହିଲେ କିମ୍ବା କାହାର କୌଣସି ପରିବାର ସଦସ୍ୟ ନ’ଥିଲେ, ସେମାନଙ୍କର ମୃତଦେହ ଅଚିହ୍ନା ଏବଂ ଅବହେଳିତ ରୂପେ ପରିଗଣିତ ହୋଇଥାଏ ।
କିନ୍ତୁ, ଏମାନଙ୍କର ଶେଷ ସମୟରେ କୋକେଇରେ କାନ୍ଧ ଏବଂ ମୁହଁରେ ଟିକେ ନିଆଁ ଦେବା ପାଇଁ ପରିବାର ସଦସ୍ୟ ରୂପେ ଧାଇଁ ଆସେ ଓଡ଼ିଶା-ମୋ ପରିବାର । ସସମ୍ମାନେ ଶବ ସତ୍କାର କରି ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥାଏ । ଏହି ମହତ୍ ଉଦ୍ଦେଶ୍ୟ ରଖି ଜୟ ଓଡ଼ିଶା ର ‘ଶେଷସାଥୀ’ ଶବ ପରିବହନ ଯାନ ମଧ୍ୟ ଆମ ସାଥିରେ ଯୋଡ଼ି ହୋଇଛି ଏବଂ ଭୁବନେଶ୍ୱର ସହରରେ ଅନେକ ଶବଗୁଡ଼ିକୁ ସତ୍କାର କରିବାରେ ସାହାଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଦୁଇଟି ଶବକୁ ସସମ୍ମାନେ ସତ୍କାର କରିଛି ଓଡ଼ିଶା-ମୋ ପରିବାର ।
ଭୁବନେଶ୍ୱର ସହରର ୨୨ ବର୍ଷିୟ ଯୁବତୀ ସୁମିତ୍ରା ସେଠୀଙ୍କର ଦୁଇ ଦିନ ପୂର୍ବରୁ ପ୍ରବଳ କାଶ ହୋଇ ରକ୍ତସ୍ରାବ ହୋଇଥିଲା ଏବଂ ଆଜି ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ମା’ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ଝିଅର ମୃତ୍ୟୁପରେ ସେ, କାହାର ଦୁନିଆ ଆଲୋକିତ କରିବାକୁ ସୁମିତ୍ରାଙ୍କର ଚକ୍ଷୁ ଦାନ କରିଥିଲେ । ନିଜ ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଏହି ମା’ ପାଖରେ ଅର୍ଥ ଅଭାବ ଥିବାରୁ କିପରି ଶବ ଦାହ କରିବେ, ସେ ନେଇ ଚିନ୍ତିତ ଥିଲେ । ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ଅଶ୍ୱିନୀ ସୁନ୍ଦରରାୟ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କୁ ଜଣାଇ ଥିଲେ ।
ଠିକ୍ ସେହିପରି, ୪୩ବର୍ଷ ବୟସ୍କ ଉଦୟନାଥ ସାହୁ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ପତ୍ନୀ ସମ୍ ହସ୍ପିଟାଲରେ ଜଣେ ଝାଡୁଦାର ଭାବେ କାମ କରନ୍ତି । ଫେବୃଆରୀ ୨୭ତାରିଖରେ ଉଦୟନାଥ ସାହୁଙ୍କ ପରଲୋକ ଘଟିଥିବା ନେଇ ଜାଣିବା ପରେ ତାଙ୍କ ୱାର୍ଡର କର୍ପୋରେଟର ଶ୍ରୀମତୀ କିରଣ ବାଳା ମାଝି ଶ୍ରୀ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ ଏବଂ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବଦୁଇଟିକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

0
0
0
s2sdefault