ଚିଠିରେ ଉଲ୍ଲେଖ ରହିଛି କେମିତି ପାଳିବେ ୧୦୭ ତମ ବିଜୁ ଜୟନ୍ତୀ
ବିଜୁ ଜୟନ୍ତୀରେ ସଶକ୍ତ ସମୃଦ୍ଧ, ସ୍ୱାଭିମାନୀ "ନବୀନ ଓଡିଶା" ଗଠନ ପାଇଁ ଶପଥ ନେବାକୁ ଆହ୍ବାନ
-
ଡାକ୍ତରଖାନା, ଅନାଥାଶ୍ରମ, ଵୃଦ୍ଧାଶ୍ରମ ଏବଂ ବାଳାଶ୍ରମରେ ସମାଜସେବା କାର୍ଯ୍ୟ ଅନୁଷ୍ଠିତ ହେବ ।
-
ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୨୦୦ କର୍ମୀ ୫୦୦ ମୋଟରସାଇକେଲ ରାଲିରେ ଯିବେ ।
-
କେମିତି ବିଜୁ ଜୟନ୍ତୀ ପାଳିଲ ତାର ଭିଡିଓ ଓ ଫୋଟୋ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ପରାମର୍ଶ
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନେଇ କର୍ମୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଚିଠିରେ ଉଲ୍ଲେଖ ରହିଛି କେମିତି ପାଳିବେ ୧୦୭ ତମ ବିଜୁ ଜୟନ୍ତୀ | ମାର୍ଚ୍ଚ ୫ ତାରିଖରୁ ୨୫ ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ବିଜୁ ଜୟନ୍ତୀରେ ସଶକ୍ତ ସମୃଦ୍ଧ, ସ୍ୱାଭିମାନୀ "ନବୀନ ଓଡିଶା" ଗଠନ ପାଇଁ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ନବୀନ |
ବିଜୁ ଯୁବ ଏବଂ ଛାତ୍ର ଜନତା ଦଳକୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ଏପ୍ରିଲ ୧୭ରେ ବିଜୟୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ରାଜ୍ୟସ୍ତରରେ ପାଳନ କରାଯିବ। ମାର୍ଚ୍ଚ ୯ କୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରାଯିବ। ରାଜ୍ୟରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ଦିଗରେ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମହିଳା କଲ୍ୟାଣ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ।
ମାର୍ଚ୍ଚ ୫ ତାରିଖରେ ସକାଳ ୬ଟାରେ ପ୍ରଭାତ ଫେରି, ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ବିଜୁ ଜୟନ୍ତୀ ପାଳନର ଶୁଭାରମ୍ଭ କରାଯିବ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯିବ। ଅପରାହ୍ନରେ କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ଏଥିରେ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ କର୍ମୀ । କେମିତି ବିଜୁ ଜୟନ୍ତୀ ପାଳିଲେ ତାର ଭିଡିଓ ଓ ଫୋଟୋ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ଦଳ ସଭାପତି ପରାମର୍ଶ ଦେଇଛନ୍ତି କର୍ମୀଓ ନେତାଙ୍କୁ|