ଭୁବନେଶ୍ୱର: ଓଡିଶାରେ ଏକ ସୁସ୍ଥସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥିଲା । ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ – ସକାଳ ୬ଟା), ୧୦କିମି (ସକାଳ ୬ ଟା- ରିସୋର୍ଟଟାଇମ୍- ସକାଳ ୫:୩୦),୨୧କିମି (ସକାଳ ୫:୩୦, ରିସୋର୍ଟଟାଇମ୍– ସକାଳ ୫ ଟା) ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା ।
କଳିଙ୍ଗରନର୍ସ ୨୦୧୭ ମସିହାରେ ଏହାର ପ୍ରଥମ ମାରାଥନ୍ ଆୟୋଜନ କରିଥିଲା । ଚଳିତ ବର୍ଷର ପ୍ରାୟ ୫୦୦ଜଣ ଏହି ମାରାଥନରେ ଯୋଗ ଦେଇଥିଲେ । ଏହି ମାରାଥନ୍ରେ ଓଡିଶା ପୋଲିସ୍ ବିଭାଗର ଏଡିଜି ଲଳିତ ଦାସ, ସେନ୍ଟ୍ରୋକ୍ସି ପ୍ରତିଷ୍ଠାତା ତଥା ସିଇଓ ଜଜାତି ବାଡୁ, କଳିଙ୍ଗ ରନର୍ସର ପ୍ରେସିଡେନ୍ଟ ଦୁଃଖୀଶ୍ୟାମ ପାଢୀ, କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା, ରେସ୍ର ଡାଇରେକ୍ଟର ଦିପକ କୁମାର ମିଶ୍ର, ଉପ ସଭାପତି ସ୍ୱାତୀ ମହାନ୍ତି, ସହ ସଚିବ ଅୟସକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ଅନିଲ ମହାପାତ୍ରଙ୍କ ସମେତ ସମସ୍ତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
କଳିଙ୍ଗ ରନର୍ସର ପ୍ରେସିଡେନ୍ଟ ଦୁଃଖୀଶ୍ୟାମ ପାଢୀ କହିଲେ, କଳିଙ୍ଗ ରନର୍ସ ୨୦୧୭ମସିହାରେ ଏହାର ପ୍ରଥମ ମାରାଥନ୍ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଶହଶହ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା, ବୃଦ୍ଧା ଏହି ଗଣଦୌଡରେ ଅଂଶଗ୍ରହଣ କରି ଆମ୍ଭମାନଙ୍କୁ ବହୁମାତ୍ରରେ ଉତ୍ସାହିତ କରିଥିଲେ । ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଅନ୍ୟନ୍ୟ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ଉତ୍ସାହମୂଳକ ପୁରସ୍କାର ପ୍ରଦାନ କରାଯାଇଛି ।
କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା ପୋଲିସ୍ ଏବଂ ସମସ୍ତ ପ୍ରତିଯୋଗୀ/ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍କୁ ସଫଳ ଭାବେ ସମାପ୍ତ ହୋଇଛି । ଏଥିରେ ଓଡିଶାର ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିଥିଲେ ତତ୍ ସହିତ ଆମେ ଏହିଭଳି ମାରାଥନ୍ ଆଗାମୀ ବର୍ଷ ମଧ୍ୟରେ କରିବୁ ବୋଲି ଆଶା ରଖିଛୁ । ଏହି ନିରନ୍ତର ଉଦ୍ୟମକୁ ଆଗେଇ ନେବାପାଇଁ ଶିଖରଚଣ୍ଡୀ ଠାରୁ ଆରମ୍ଭ କରି ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍ର ଆୟୋଜନ ହୋଇଥିଲା । ଏଥିରେ ୫କିମି, ୧୦କିମି,୨୧କିମି ତିନୋଟି ବିଭାଗରେ ବିଭକ୍ତ କରାଯାଇଛି । ଏହି ଗଣଦୌଡରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଟିସାର୍ଟ, ଚିପ୍, ବିଆଇବି, ମେଡାଲ, ଡିଜିଟାଲ ସାର୍ଟିଫିକେଟ୍ ସହିତ ଆନୁସଙ୍ଗିକ ବ୍ୟବସ୍ଥାମାନ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ରେସ୍ର ଡାଇରେକ୍ଟର ଦିପକ କୁମାର ମିଶ୍ର କହିଛନ୍ତି, ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍କୁ ସଫଳ କରିବା ପାଇଁ ଅଗ୍ରଣୀ ଆଇଟି କମ୍ପାନୀ ସହଯୋଗର ହାତ ବଢାଇ ଆଗେଇ ଆସିଥିବାରୁ ଉତ୍ସାହିତ କରିଥିଲେ ।
ଦେବାଶିଷ ପଟ୍ଟନାୟକ ଏବଂ ଚିନା ଗୋପେ ଯଥାକ୍ରମେ ପୁରୁଷ ଏବଂ ମହିଳା ଉଭୟ ୧୦କିମି ଦୌଡ ବିଭାଗରେ ପ୍ରଥମ ପୁରସ୍କାର ହାସଲ କରିଥିଲେ । ଦୋଳମଣି ଚିରଗୁନ୍ ଏବଂ ସମ୍ ଷେଣ୍ଡ ଭଉୟ ପୁରୁଷ ଏବଂ ମହିଳାରେ ୨୧.୧ କିମି ବିଭାଗର ଦୌଡରେ ପ୍ରଥମ ପୁରସ୍କାର ପାଇଥିଲେ । ରାଉଲକେଲାର ୭୧ବର୍ଷିୟା ବୃଦ୍ଧ ମହିଳା ଭାଗ ନେଇ ସଫଳତାର ସହ ୧୦କିମି ମାରାଥନ୍ ଦୌଡ କରିଥିଲେ ।
ରାଜ୍ୟ
କଳିଙ୍ଗରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ
- Hits: 319