ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ରେ ପିତାମାତା/ଅବିଭାବକ ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ର ସଭାନେତ୍ରୀ ଶ୍ରୀମତୀ ଲେତ ଜେରାଇ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଚାକିଡି ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଘାସିରାମ ପାଲେୟା ଓ ସମ୍ମାନୀତ ଅତିଥି ଭାବରେ ଚାକିଡି ପଞ୍ଚାୟତ ର ସମିତି ସଭ୍ୟl ଶ୍ରୀମତୀ ଶ୍ରୀମତୀ ଗୁନ୍ଦୁଆ ଯୋଗଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବାନନ୍ଦ ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସେହିପରି ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ମତାମତ ଦେଇଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ବିଭିନ୍ନ ଖେଳ ରେ ଉନ୍ନତ ପ୍ରଦର୍ଶନ କରି ପ୍ରଥମ ଦ୍ବିତୀୟ ତଥା ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପୁରନ୍ ମେହେର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ବଲାଇ ରାଉତ ସହଯୋଗ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭାସlଙ୍ଗ କରାଯାଇଥିଲା ।
ରାଜ୍ୟ
ଉସ୍କି ଆଶ୍ରମ ବିଦ୍ୟାଳୟ ରେ ପିତାମାତା/ଅବିଭାବକ ସମ୍ମିଳନୀ ଓ ବାର୍ଷିକ ଉତ୍ସବ
- Hits: 298