ହେଡଲାଇନସ୍:

ସମାଜରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭିନ୍ନକ୍ଷମ ମାନଙ୍କ ସାମାଜିକ ଉତ୍ଥାନ ଏବଂ କଲ୍ୟାଣ ପାଇଁ କବି ସାହିତ୍ୟିକ ମାନେ ଲେଖନୀ ଚାଳନା କରିବା ଆବଶ୍ୟକ : ଡ଼. ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁସୁମାଞ୍ଜଳିର ଦ୍ୱିତୀୟ ବାର୍ଷିକ ଉତ୍ସବ

ନୟାଗଡ଼/ଲକ୍ଷ୍ମୀଧର ସାହୁ: ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା 'କୁସୁମାଞ୍ଜଳି'ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୋଲକ ବିହାରୀ ନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଲେଖକ ପରିଷଦର ସଭାପତି ତଥା ନାଟ୍ୟକାର ତଥା ନାଟ୍ୟନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର,ସୁସଂଯୋଜକ ତଥା ସୁଵକ୍ତା ମନୋଜ କୁମାର ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ। ସମାଜରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭିନ୍ନକ୍ଷମ ମାନଙ୍କ ସାମାଜିକ ଉତ୍ଥାନ ଏବଂ କଲ୍ୟାଣ ପାଇଁ କବି ସାହିତ୍ୟିକ ମାନେ ଲେଖନୀ ଚାଳନା କରିବା ଆବଶ୍ୟକ ବୋଲି ବିଧାୟକ ଡ଼. ସାହୁ ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। କବି ସିତୁପ୍ରକାଶ ରଥ ଏବଂ କବୟିତ୍ରୀ ନିଳିମା ନନ୍ଦ କବିତା ଗୁଡିକ ସଂଯୋଜନା କରିଥିବା ବେଳେ ସାହିତ୍ୟ ପତ୍ରିକାର ସମ୍ପାଦକ ନିର୍ମଳ ଶୁରଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault