ହେଡଲାଇନସ୍:

ତାଲିମ ଦେଇ ଆଗ୍ରୋପଲିଟେକନିକ ଛାତ୍ରଛାତ୍ରୀଙ୍କୁ ଫାଙ୍କିଦେଉଛନ୍ତି ଓଡିଶା ସରକାର!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯଦି ସୁବିଧା ଦେବାର ନଥିଲା ତେବେ ଦି ବର୍ଷିଆ ତାଲିମ ଦେଉଥିଲେ କାହିଁକି!!
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏପରି ପାଠ୍ୟକ୍ରମ ଖୋଲି ପିଲାଙ୍କୁ ଭୁଆଁ ବୁଲାଇଲେ କାହିଁକି!!!

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ କୃଷି, ମତ୍ସ୍ୟ, ପଶୁପାଳନ ଆଦି ବିଷୟରେ ସ୍ବତନ୍ତ୍ର ଡିପ୍ଲୋମା କୋର୍ସ ୨୦୧୪ ମସିହାରେ ପ୍ରଚଳନ କରାଯାଇଥିଲା। ଯାହାଦ୍ବାରା ଏହି କ୍ଷେତ୍ରର ଆଶାନୁରୂପ ବିକାଶ ହେବା ସହ କିଛି ଯୁବକଯୁବତୀ ସ୍ବାବଲମ୍ବୀ ହୋଇପାରିବେ।କିନ୍ତୁ ବଡ଼ ଦୁଃଖ ଓ ପରିତାପ ର ବିଷୟ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ଵାରା ଆୟୋଜିତ ବିଭିନ୍ନ ବିଭାଗୀୟ ପରୀକ୍ଷା ରେ ଯୁକ୍ତ ଦୁଇ ବିଜ୍ଞାନ ସହ ଭୋକେସନାଲ କୋର୍ସ ପ୍ରାର୍ଥୀ ଙ୍କୁ ପ୍ରାଧାନ୍ୟ ଦିଆଯାଇ ଡିପ୍ଲୋମା କୋର୍ସ କରିଥିବା ପ୍ରାର୍ଥୀମାନଙ୍କୁ ହତାଦର କରାଯାଉଛି।
କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ ବିଷୟରେ କର୍ତ୍ତୃପକ୍ଷ ଧ୍ୟାନ ଦେଇ ତ୍ୱରିତ ପଦକ୍ଷେପ ନେଉନାହାନ୍ତି।ନିକଟରେ ଜୁନିଅର ଫିସରି ଟେକ୍ନିକାଲ ଆସିଷ୍ଟାଣ୍ଟ ପଦ ପାଇଁ ଷ୍ଟାଫ୍ ସିଲେକ୍ସନ ତରଫରୁ ବିଜ୍ଞାପ୍ତି ପ୍ରକାଶ ପାଇ ପରୀକ୍ଷା କରାଯାଇଥିଲା ହେଲେ ଯୁକ୍ତ ଦୁଇ ଭୋକେସନାଲ ପିଲାଙ୍କୁ ଅଗ୍ରାଧିକାର ଦିଆଗଲା ଯଦ୍ବାରା ଶତାଧିକ ଡିପ୍ଲୋମା ଫିସରି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବାଦ ପଡିଲେ।
ଏ ବିଷୟରେ ଆଗ୍ରୋପଲିଟେକ୍ନିକ ନିର୍ଦ୍ଦେଶକ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ରୁ ବିଭାଗୀୟ ମୁଖ୍ୟ ମାନଙ୍କୁ କୋର୍ସ୍ କୁ ମୂଳସ୍ରୋତରେ ସାମିଲ ପାଇଁ ଚିଠି ଲେଖା ସରିଲାଣି ତଥା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭାଗୀୟ ପ୍ରମୁଖ ଶାସନ ସଚିବ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଭେଟି ଗୁହାରୀ ଜଣାଇ ସାରିଲେଣି ହେଲେ ସରକାର ଙ୍କ ଏମାନଙ୍କ ପ୍ରତି ଟାଳଟୁଳ ନୀତି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ହତାଶ ହୋଇ ବସିଥିବା ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଚି ଯେ ଯଦି ଏପରି ହତାଦର କରିବାର ଥିଲା ତେବେ ଓଡିଶା ସରକାର ଦି ବର୍ଷିଆ ତାଲିମ ଦେଉଥିଲେ କାହିଁକି? ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏପରି ପାଠ୍ୟକ୍ରମ ଖୋଲି ପିଲାଙ୍କୁ ଭୁଆଁ ବୁଲାଇଲେ କାହିଁକି ?

0
0
0
s2sdefault