କୋଲକାତା : ମଣିଷ ପଣିଆ ଦେଖାଇଲେ ପୋଲିସ ଇନ୍ସପେକ୍ଟର ସୌଭିକ ଚକ୍ରବର୍ତ୍ତୀ | ଅନେକଙ୍କ ନଜରରେ ଗୁରୁତ୍ୱହୀନ ଛୋଟିଆ ବିବେଚିତ ହେଉଥିବା କାମଟିଏ କରି ନିଜ ବିରାଟ ହୃଦୟର ପରିଚୟ ଦେବା ସହ ନିଜ ବର୍ଦ୍ଦିର ଗୌରବ ବଢ଼ାଇଛନ୍ତି |
ଘଟଣାଟି କଲିକତା ସହରର | ପୋଲିସ ଇନ୍ସପେକ୍ଟର ସୌଭିକ ଚକ୍ରବର୍ତ୍ତୀ ଡ୍ୟୁଟିରେ ଥିବା ବେଳେ ଦେଖିଲେ ଏକ ଛକରେ ସ୍କୁଲ ୟୁନିଫର୍ମରେ ଗୋଟେ ଝିଅ କାନ୍ଦି କାନ୍ଦି ଲୋକଙ୍କ ସାହାଯ୍ୟ ମାଗୁଥିଲେ। ଲୋକମାନେ ଝିଅଟିର କଥାକୁ ଗୁରୁତ୍ୱ ନଦେଇ ଚାଲିଯାଉଥାନ୍ତି | ସୌଭିକଙ୍କ ଉତ୍କଣ୍ଠା ବଢ଼ିଲା | ସେ ଝିଅଟି ପାଖକୁ ଯାଇ କାହିଁକି କାନ୍ଦୁଚି ବୋଲି ପଚାରିଲେ | ସେ ଝିଅଠୁ ସେ ଜାଣିବାକୁ ପାଇଲେ ଯେ ନିଜର ମାଧ୍ୟମିକ ପରୀକ୍ଷା ଦେବା ପାଇଁ ଝିଅଟି ଚାହୁଁଛି | ତା ପରୀକ୍ଷା ସମୟ ନିକଟ ହାଇଗଲାଣି | ଯେ କୌଣସି ପରିସ୍ଥିତିରେ ତାର ସ୍କୁଲ ପହଂଚିବା ଦରକାର | ସୌଭିକ ଦେଖିଲେ ଯେ ସମୟ ଯେତିକି ଅଛି, ସେଇ ଭିତରେ ବର୍ତ୍ତମାନର ଟ୍ରାଫିକକୁ ଅତିକ୍ରମ କରି ପହଂଚିବା ସମ୍ଭବ ନୁହେ | ତେଣୁ ସେ ଟ୍ରାଫିକ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କଲେ | "ଗ୍ରୀନ କରିଡର" ପାଇଁ ସେ ଟିଆରସିଙ୍କୁ ସୂଚନା ଦେଲେ | ସଂଗେ ସଂଗେ ସେ ଛକ ଠାରୁ ଝିଅଟିର ସ୍କୁଲ ପର୍ଯ୍ୟନ୍ତ "ଗ୍ରୀନ କରିଡର" ବ୍ୟବସ୍ଥା କରାଇ ଦିଆଗଲା ଏବଂ ସେ ଝିଅ ଟିକୁ ନିଜ କାରରେ ନେଇ ତା ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚି ଦେଇପାରିଥିଲେ ସୌଭିକ | ଏଭଳି ମାନବୋଚିତ କାମ ପାଇଁ କୋଲକାତା ପୋଲିସ ସୌଭିକଙ୍କ ପ୍ରଶଂସାରେ ଶତମୁଖ |
ବାସ୍ତବିକ ,ବିଭିନ୍ନ କାରଣରୁ ସମାଲୋଚିତ ହେଉଥିବା ତଥା ଲୋକଙ୍କ ଆସ୍ଥା ହରାଉଥିବା ପୋଲିସ ବ୍ୟବସ୍ଥାର ମାନ ବଢାଇବା ଭଳି କାମ କରିଛନ୍ତି ଯେତେବେଳେ ପୋଲିସ ବନ୍ଧୁ ମାନକ ପାଇଁ ସୌଭିକଙ୍କ ଏ କାର୍ଯ୍ୟ ଅନୁକରଣୀୟ ନିଶ୍ଚୟ |