ହେଡଲାଇନସ୍:

ସରକାରୀ ଅଫିସରେ କାର୍ଯ୍ୟରତ ବାବୁମାନଙ୍କ ୱାର୍କ ଫ୍ରମ ହୋମ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ ବିଭାଗ କରୁଛି ପରିହାସ

  • ବାରମ୍ବାର ଅଭିଯୋଗ ସତ୍ୱେ ନିଦାବିଷ୍ଣୁ ରୂପରେ ଅବସ୍ଥାପିତ ବିଭାଗୀୟ ପିଡ଼ି

ବରଗଡ :- ରାଜ୍ୟ ସରକାର ରାଜ୍ୟବାସୀ ଙ୍କର ଜୀବନଜୀବିକା ରେ ସୁଧାର ଆଣିବା ପାଇଁ ପ୍ରତକ୍ଷ ଓ ପରୋକ୍ଷ ଭାବରେ ଅନେକ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରେଇବାର ଅନବରତ ଭାବରେ ପ୍ରୟାର କରୁଛନ୍ତି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ କାର୍ଯକାରୀ କରାଉଥିବା ବିଭାଗରେ ରହିଥିବା କିଛି ସ୍ୱାର୍ଥପର ଅପାରଗ ଅଧିକାରୀ ଓ କର୍ମଚାରୀ ମାନଙ୍କ ହୀନ ମାନସିକତା କାରଣରୁ ସରକାର ଙ୍କର ଅନେକ ଯୋଜନା ର ତୃଣମୂଳ ସ୍ତରରେ ସଫଳ ରୂପାୟନ ହୋଇ ପାରୁନାହିଁ । ଉଦାହରଣ ସ୍ୱରୂପ ବରଗଡ଼ ଜିଲ୍ଲା ପାଇକମାଲ ରେ ରହିଥିବା ମୃତ୍ତିକା ସଂରକ୍ଷଣ ତଥା ଜଳବିଭାଜିକା ପ୍ରକଳ୍ପ କାର୍ଯକାରୀ ସଂସ୍ଥା ର ଅଫିସ । ପାଇକମାଲ ମୁଖ୍ୟ ଛକ ଠାରୁ ନୃସିଂହନାଥ ମନ୍ଦିର କୁ ଯିବା ବାଟରେ ନରସିଂହପଡା ଠାରେ ବରିଷ୍ଠ ଅଧିବକ୍ତା ଶ୍ରୀ ମନୋଜ କୁମାର ତ୍ରିବେଦୀ ଙ୍କର ଭଡାଘରରେ ଅବସ୍ଥିତ ଏହି ଅଫିସ ଦୀର୍ଘ ତିନି ବର୍ଷରୁ ଉର୍ଦ୍ବ ସମୟ ଧରି ( କୋରୋନା ମହାମାରୀ ସମୟରୁ) ଏକ ପ୍ରକାର ବନ୍ଦ ରହିଛି । ଉକ୍ତ ସମୟ ମଧ୍ୟରେ କେବେ କେମିତି ଜଣେ ନବନିଯୁକ୍ତ ଅଧିକାରୀ ଙ୍କୁ ଦେଖିବାକୁ ମିଳିଥାଏ । ବାକି କେବେ କେମିତି ଏହି ଅଫିସ ର ମୁଖ୍ୟ ଅଫିସକୁ ମଦ୍ୟପାନ କେରିବାକୁ ଆସିଥାନ୍ତି । ମୋଟା ମୋଟୀ କହିବାକୁ ଗଲେ ଏହି ଅଫିସ ସାଧାରଣ ହିତାଧିକାରୀ କିମ୍ବା ଲୋକଙ୍କ କୋଣସି କାମରେ ଆସୁନାହିଁ । ଅଫିସରେ ହେଉଥିବା ଅନିୟମିତତା ଓ ଅଫିସ ସବୁ ସମୟରେ ବନ୍ଦ ରହୁଥିବା ବାବଦରେ ବାରମ୍ବାର ବିଭାଗୀୟ ଜିଲ୍ଲା ମୁଖ୍ୟ , ପିଡ଼ି ଶ୍ରୀ ଭୀମସେନ ସେଠି ଙ୍କୁ ବିଭିନ୍ନ ମାଧ୍ୟମରେ ଅବଗତ କରାଯାଇଛି , ହେଲେ ପିଡ଼ି ସମ୍ପୁର୍ଣ୍ଣ ନିଦାବିଷ୍ଣୁ । ବିଭାଗୀୟ କର୍ମଚାରି ମାନଙ୍କ ଦୋଷ ଦୁର୍ବଳତାକୁ ପିଡ଼ି ମହାଶୟ ସବୁବେଲେ ଘଣ୍ଟ ଘଉଡ଼ାଇ ଆସୁଛନ୍ତି ଏହାର ଅନେକ ପ୍ରମାଣ ରହିଛି ।
ଏହି ଅଫିସ ରେ କାର୍ଯରତ ତହସିଲ ରଣା ନାମକ ଜଣେ ଡାଟା ଏଣ୍ଟ୍ରି ଅପରେଟର , ଯିଏ ନିୟମ ମୁତାବକ ପ୍ରତ୍ୟେକ ଦିନ ଅଫିସ କୁ ଆସିବା କଥା ହେଲେ ଏହି ଅଫିସ ରେ କାର୍ଯରତ ଡାଟା ଏଣ୍ଟ୍ରି ଅପରେଟର ଜଣକ ଭାରତ ବର୍ଷ ର ଜଣେ ପାୱାରଫୁଲ କର୍ମଚାରୀ । କାରଣ ସେ ଜ୍ଵମିତି ଚାହୁଁଛନ୍ତି ତାଙ୍କ ଅଫିସ ସେମିତି ଚାଲୁଛି । ସରକାରୀ ନିୟମ କାନୁନ କୁ ଜଳାଞ୍ଜଳି ଦେଇ ମହାଶୟ ଆଜି ପର୍ଯନ୍ତ ୱାର୍କ ଫର୍ମ ହୋମ ରେ ଅଛନ୍ତି । ଏଥିପାଇଁ କୁଆଡେ ପିଡ଼ି ଭୀମସେନ ସେଠି ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଙ୍କର ଅଧୀନରେ ଅନେକ ଡାଟା ଏଣ୍ଟ୍ରି ଅପରେଟର କାର୍ୟ୍ଯ କରୁଛନ୍ତି ହେଲେ ତହସିଲ ରଣା ନାମକ ଏହି ବ୍ୟକ୍ତି ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟକ୍ତି ଏଥିରେ ସନ୍ଦେହ ନାହିଁ । ସେ ତାଙ୍କର ଘର ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ରେ ରହିଥିବା ଘରୁ ସବୁ କାମ କରୁଛନ୍ତି । ସୁଦୂର ଝାରବନ୍ଧ, ଚିଂଦେଇକେଲା , ଲଖମରା , ସାଇରେକେଲା ଗ୍ରାମପଞ୍ଚାୟତ ରୁ ହିତାଧିକାରୀ ମାନେ ଅତ୍ୟଧିକ ମାତ୍ରାରେ ହଇରାଣ ହୋଇ ତଥା ପ୍ରଚୁର ପଇସା ଖର୍ଚ୍ଚ କରି ନିଜର କାମ ପାଇଁ ପାଇକମାଲ ବଦକରେ ଭେଙ୍ଗରାଜପୁର ଯିବାକୁ ବାଧ୍ୟ ହେଉଛନ୍ତି । ଅଧିକାରୀ ମାନେ ମଧ୍ୟ ପାଇକମାଲ ଅଫିସ ବଦଳରେ ଡାଟା ଏଣ୍ଟ୍ରି ଅପରେଟର ଙ୍କର ଘରକୁ ସରକାରୀ କାମ ସମ୍ପାଦନ କରିବା ପାଇଁ ଯାଉଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବାବୁଙ୍କର ପାୱାର ଯେତେ । ସ୍ଥାନୀୟ ପି ଆଇ ଏ ସୂର୍ଯ୍ୟମଣୀ ବାଗ ଙ୍କର କହିବା ମୁତାବକ ପାଇକମାଲ ରେ ବିଭାଗ ର କୋଣସି ଅଫିସ ନାହିଁ , ଯଦି ବାଗ ମହାଶୟ ଙ୍କର କଥା ଠିକ ତେବ ଫୋଟୋ ରେ ରହିଥିବା ଘର ଓ ସାଇନ ବୋର୍ଡ କାହାର ଓ ଏହାର ଉଦ୍ଧେଶ୍ୟ କଣ ? ଦ୍ଵିତୀୟ କଥା ହେଲା ବରଗଡ଼ ଜିଲ୍ଲାପାଳ ପାଇକମାଲ ଠାରେ ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସ୍ପଷ୍ଟ କରିଥିଲେ ଯେ ବ୍ଲକ ସ୍ତରୀୟ ଅଧିକାରୀ ମାନେ ନିଶ୍ଚିତ ଭାବରେ ନିଜ ବ୍ଲକ ରେ ରହିବେ ଏହା ସହିତ ଯଦି କୋଣସି ଅଧିକାରୀ ଅତିରିକ୍ତ ଭାବରେ ଅନ୍ୟ କୋଣସି ବ୍ଲକ ର ଦାୟିତ୍ୱ ରେ ରହିବେ ତେବେ ସେ ନିଜର ବ୍ଲକ ପାଇଁ ସମୟ ସ୍ଥିର କରି ନିର୍ଦ୍ଧାରିତ ସମୟରେ ନିଜ ବ୍ଲକ ରେ ଉପସ୍ଥିତ ରହିବେ । ହେଲେ ଜିଲ୍ଲାପାଲ ଙ୍କର ଏହି ଆଦେଶ କୁ ମଧ୍ୟ ଏହି ବିଭାଗର ଅଧିକାରୀ ମାନେ ଖୋଲାଖୋଲି ଭାବରେ ବେଖାତିର କରି ଚାଲିଛନ୍ତି । ଅବଶ୍ୟ ଏହି ବାବୁ ମାନେ ପିଡ଼ି ମହାଶୟ ଙ୍କର ପ୍ରତକ୍ଷ ଛତ୍ରଛାୟା ରେ ରହିଛନ୍ତି । ତେଣୁ ତାଙ୍କର କେହି କେବେ କିଛି କରି ପାରିବେ ନାହିଁ ।
ସ୍ପଷ୍ଟ ଭାବରେ କହିବାକୁ ଗଲେ ଏହି ଅଫିସ ଅଧିନ ରେ ହେଉଥିବା କାର୍ୟ୍ଯ ଅଂଚଳର ଜୀବନଜୀବିକା ଉପରେ ଅନେକ ପ୍ରଭାବ ପକାଉଛି ତେଣୁ ଅଧିକାରୀ ଓ ଅଫିସ ର ଗୁରୁତ୍ଵ ଅନେକ ମାତ୍ରାରେ ରହିଛି । ତେଣୁ ରାଜ୍ୟ ସରକାର , ବରଗଡ଼ ଜିଲ୍ଲାପାଳ ତଥା କୁମ୍ଭକର୍ଣ୍ଣ ଭୂମିକା ରେ ରହିଥିବା ପିଡ଼ି , କେମିତି ଭାବରେ ସରକାର ଙ୍କର ନିୟମ ମୁତାବକ ଅନ୍ୟ ଅଫିସ ଭଳି ଏହି ଅଫିସ ଚାଲିବ ସେଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

0
0
0
s2sdefault