ହେଡଲାଇନସ୍:

ଉଠା ଜଳସେଚନ ପାଇପ ଚୋରି ଉଦ୍ୟମ ପଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖବର ପାଇ ପହଁଚିଲେ ଚାଷୀ , ଘଟଣା ସ୍ଥଳରୁ ଫେରାର ଚୋର |

କାମାକ୍ଷାନଗର(ରିତେଶ ବ୍ରହ୍ମା):କାମାକ୍ଷା ନଗର ଥାନା ମୁକ୍ତାପସି ଗ୍ରାମ ନିକଟସ୍ଥ ରେଙ୍ଗାଳି ବାମପାର୍ଶ୍ବ କେନାଲରେ ଲାଗିଥିବା ଉଠା ଜଳସେଚନ ପ୍ରକଳ୍ପ ରୁ ପାଇପ ଚୋରି ଉଦ୍ୟମ ପଣ୍ଡ ହୋଇଛି |ଗ୍ରାମବାସି ଆସିଯିବା ଫଳରେ ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବାଇକ ରେ ଆସି ମୁକ୍ତାପଶି କେନାଲ ନିକଟରେ ଉଠା ଜଳସେଚନ ପାଇଁ ବିଛାଯାଇଥିବା ପାଇପ ଗୁଡିକ ଗ୍ୟାସ କଟର ସାହାଯ୍ୟ ରେ କାଟି ଚୋରି କରିବାକୁ ଉଦ୍ୟମ କରୁଥିଲେ |ବିଶେଷ ସୂତ୍ରରୁ ଖବର ପାଇ ଗ୍ରାମର କିଛି ଚାଷୀ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ |ତେବେ ଦୁର୍ବୁତ୍ତ ମାନେ ଚାଷୀମାନଙ୍କୁ ଆସିବା ଦେଖିବା ମାତ୍ରେ ଘଟଣାସ୍ଥଳରୁ ଗୋଟିଏ ବାଇକ, ଏକ ଗ୍ୟାସ କଟର ଛାଡି ଦୌଡ଼ି ପଳାଇ ଥିଲେ |ତେବେ ତାହାକୁ ଚାଷୀମାନେ ଜବତ କରିବା ସହ ପୋଲିସ କୁ ଖବର ଦେଇଥିଲେ |ଖବର ପାଇ କାମାକ୍ଷା ନଗର ପୋଲିସ ଘଟଣା ସ୍ଥଳରେ ସ୍ଥଳରେ ପହଂଚି ଥିଲେ |ତେବେ ପୋଲିସ ଜବତ ବାଇକ ଓ ଗ୍ୟାସ କଟର କୁ ନିଜ ହେପାଜତ କୁ ନେଇଥିବା ବେଳେ,ଏ ନେଇ ଅଧିକ ତଦନ୍ତ ଜାରି ରଖିଛି | ଉଠାଜଳସେଚନର ପ୍ରାୟ ୨୦୦ ମିଟର ପାଇପ କାଟିଦେଇଥିଲେ। ଏବଂ କିଛିଦିନ ପୁର୍ବରୁ ସିହି ନିକଟରେ ଆଉ ଏକ ଉଠା ଜଳସେଚନର ପାଇପ କାଟି ଦେବା ସହ ଟ୍ରାନ୍ସଫରମର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ତେଣୁ ବିଭାଗ ତରଫରୁ ତୁରନ୍ତ ପାଇପ ପୁନର୍ବାର ସଂଯୋଗ କରି କ୍ଷେତକୁ ପାଣି ଯୋଗେଇବା ପାଇଁ ବ୍ୟବସ୍ଥା କରିବା ସହ କିପରି ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି |

0
0
0
s2sdefault