ରାଉରକେଲା ୨୪/୨, (ବସନ୍ତ କୁମାର ଜେନା)ଉଦିତନଗର ଥାନା ସ୍ଥିତ ବାସନ୍ତୀ କଲୋନୀ, ଏଫ୍ଏଲ୍ – ୨୦୭ରେ ଜଣେ ୧୭ ବର୍ଷିୟ ଝିଅ ଟିଉସନ୍ ପଢିବାକୁ ଯାଇଥିବା ସମୟରେ, ଟିଉସନ୍ ଶିକ୍ଷକଙ୍କ ଦ୍ବାରା ଅସଦାଚରଣ ହୋଇଛି ବୋଲି ଉଦିତନଗର ଥାନାରେ ଆଜି ଅଭିଯୋଗ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ବାସନ୍ତୀ କଲୋନୀ, ସେହି ବାସନ୍ତୀ କଲୋନୀ ଏଫ୍ଏଲ୍-୧୦୭ରେ, ହୃଦୟ ପ୍ରକାଶ ବୋଇତିଙ୍କ ପାଖକୁ ଡାଉଟ୍ କ୍ଲିୟର ଟିଉସନ୍ ପଢିବାକୁ ଯାଉଥିଲେ। ଗତକାଲି ୧୧ଟା ସମୟରେ ଟିଉସନ୍ ପଢିବାକୁ ଯାଇଥିବା ସମୟରେ ହୃଦୟ ପ୍ରକାଶ ଝିଅର ଡ୍ରେସ୍ ଖୋଲି ତା’ ସହିତ ଅସଦାଚରଣ କରିଛି ବୋଲି ଅଭିଯୋଗ ହୋଇଛି। ଝିଅ ପ୍ରତିବାଦ କରିବାରୁ ଟିଉସନ୍ ସାର୍ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଏବଂ ପରେ ଏ କଥା କାହାକୁ କହିଲେ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ୍ କରାଇ ଦେବାର ଧମକ ମଧ୍ୟ ଦେଇଛନ୍ତି ବୋଲି ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ଝିଅଟି ଗତକାଲି ଠାରୁ କିଛି ନ ଖାଇ, ନ ପିଇଥିଲା। ଆଜି ତା’ର ମା’ ପଚାରିବାରୁ, ଝିଅ ମା’ ଆଗରେ ସମସ୍ତ କଥା କହିଥିଲା ବୋଲି ଅଭିଯୋଗ ହୋଇଛି। ଉଦିତନଗର ପୋଲିସ ଆସାମୀ ହୃଦୟ ପ୍ରକାଶ ବୋଇତିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅନ୍ଯପକ୍ଷରେ, ହୃଦୟ ପ୍ରକାଶଙ୍କ ସ୍ତ୍ରୀ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଶବାର ଜଣ ଲୋକ ମୋ’ ଘରେ ପହଞ୍ଚି ମୋ’ ସ୍ବାମୀଙ୍କୁ ଟଣା ଘୋଷରା କରି ମାରୁଥିବା ସମୟରେ ମୁଁ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ କିଛି କହି ଥିଲେ। ହୃଦୟ ପ୍ରକାଶଙ୍କ ଭାଉଜ କହିଛନ୍ତି ଯେ, ଦଳେ ଲୋକ ଆମ ଘର ଭିତରକୁ ପଶି ଆସି ହୃଦୟ ପ୍ରକାଶଙ୍କୁ ମାରିବା ସହିତ ତାଙ୍କ ମୁଣ୍ଡ ଫଠାଇ ଦେଇଛନ୍ତି। ଘଟଣା ସମ୍ପର୍କରେ ଉଦିତନଗର ପୋଲିସ ତଦନ୍ତ ଜାରି ରଖିଛି।
ରାଜ୍ୟ
ରାଉରକେଲାରେ ଟିଉସନ୍ ଶିକ୍ଷକଙ୍କ ଦ୍ଵାରା ଛାତ୍ରୀକୁ ଅସଦାଚରଣ ଅଭିଯୋଗ
- Hits: 302