ବରଗଡ :- ବରଗଡ ଜିଲ୍ଲା ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀ ଙ୍କ ନେତୃପ୍ତ ରେ ପାଇକମାଳ ବ୍ଲକ ଚାଷୀ ପ୍ରତିନିଧି ମଣ୍ଡଳୀ ବିଦ୍ୟୁତ୍ ବିଲ , ଇନ୍ ପୁଟ ସବସିଟି , ଇନ୍ସୁରେନ୍ସ ପ୍ରସଙ୍ଗରେ ଦାବିପତ୍ର ଦେଇ ଆଲୋଚନା କରିଥିଲେ।ପାଇକମାଳ ଏକ ଚିର ପ୍ରବଣ ମରୁଡି ଅଞ୍ଚଳ ଅଟେ ।ପାଇକମାଳ ଅଞ୍ଚାଲରେ ଅନେକ ଝରଣା ,ନଦୀ, ନାଲା ଥିବା ସତ୍ପେ ବିଶେଷ ଜଳସେଚନ ର ସୁବିଧା ନାହିଁ ।ବାଧ୍ୟହୋଇ ନିଜସ୍ଵ ସମ୍ବଳରେ କିମ୍ବା ସରକାରଙ୍କ ତରଫରୁ ଗଭୀର ନଳକୂପ କରି ବିଦ୍ୟୁତ୍ ମାଧ୍ୟମରେ ଜଳ ସେଚନ କରାଇ ଚାଷ ଜମିକୁ ପାଣି ମଡା ଯାଉଛି କିନ୍ତୁ ବିଦ୍ୟୁତ୍ ଲୋ- ଭୋଲଟେଜ୍ ବାରମ୍ବାର ବିଦ୍ୟୁତ୍ କାଟ,ମନମୁଖୀ ବିଲ ଫଳରେ ନାହିଁନ ଥିବା ଅସୁବିଧା ର ସମ୍ବୁଖିନ ହେଉଛନ୍ତି ଗତ ୧୩/୨/୨୦୨୩ ଦିନ ଟା ଟା ପାୱାର ବାକେୟା ବିଦ୍ୟୁତ୍ ବିଲ ନ ଦେଲେ ଧାନକାଡ କରାଯିବ ନାହିଁ ଚାଷୀ ମନରେ ସନ୍ଦେହ ଭୟ ଦେଖା ଦେଇଛି।ଯାହାକି ରାଜବୋଡାସମ୍ବର୍ କୃଷକ ସଂଗଠନ ଟା ଟା ପାୱାର ର ନିଷ୍ପତି କୁ ଦୃଢତାର ସହିତ ନିନ୍ଦା କରୁଛି ।ଏଣୁ ବିଦ୍ୟୁତ ସମସ୍ୟାର ସମାଧନ ପୂର୍ବକ ସାତ ଦିନ ମଧ୍ୟରେ ଟା ଟା ପାୱାର,ପ୍ରଶାସନ , ରାଜବୋଡାସମ୍ବର୍ କୃଷକ ସଂଗଠନ ତ୍ରିପାକ୍ଷିକ ଆଲୋଚନା କରିବାପାଇଁ ଅନୁରୋଧ କରିଅଛି। ୨୦୨୧ ବର୍ଷ ମରୁଡି କ୍ଷୟ କ୍ଷତିରେ ପ୍ରଭାବିତ ସମସ୍ତ ଜମିକୁ ମରୁଡି ସହାୟତା ରାଶି ଦେବାପାଇଁ ଦୃଢ ଦାବି କରି ଅଛନ୍ତି ।୨୦୨୧ ବର୍ଷର ପ୍ରଧାନ ମନ୍ତ୍ରୀ ଫସଲ ବୀମା ବର୍ଷ ବର୍ଷ ଧରି ଆନ୍ଦୋଳନ ଚାଲି ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ ।ଇତି ମଧ୍ୟରେ ପଦମପୁର ଉପନିର୍ବାଚନ ଚାଲି ଯାଇଛି ,ଅନେକ ରାଜନୈତିକ ଦଳ ମାନଙ୍କ ତରଫରୁ ମାଳ ମାଳ ପ୍ରତିଶ୍ରୁତି ସତ୍ପେ ଆଜି ବି ଲକ୍ଷ ଲକ୍ଷ ଆବେଦନ ବିଚାରାଧୀନ ଅବସ୍ଥାରେ ପଡ଼ି ରହିଅଛି ।ପ୍ରଧାନ ମନ୍ତ୍ରୀ ଫସଲ ବୀମା କ୍ଷତି ପୂରଣ କ୍ରପ କଟିଙ୍ଗ ଆଧାର ରେ ନ ଦେଇ କେନ୍ଦ୍ର ସରକାର(TAC) ଆଧାରରେ ଦେଇ ଥିବାରୁ ବହୁତ୍ ଗୁଡ଼ିଏ ଗ୍ରାମ ପଞ୍ଚାୟତ କ୍ଷତି ପୂରଣ ତୁଳନାରେ କମ୍ ଟଙ୍କା ପାଇଛନ୍ତି ।ଯାହାକି ଚାଷୀ ମହଲରେ ଆଜି ପର୍ଯ୍ୟନ୍ତ ଅସନ୍ତୋଷ ପ୍ରକାଶ ପାଇଛି।ଯଦି ସାତ ଦିନ ମଧ୍ୟରେ ଏହାର ସମାଧାନ ନହେଲେ ବାଧ୍ୟ ହୋଇ ପୁଣି ଏକ ଆନ୍ଦୋଳନ କରିବାପାଇଁ ରାଜବୋଡାସମ୍ବର୍ କୃଷକ ସଂଗଠନ ପାଇକମାଳ ଶାଖା ଚେତାବନୀ ଦେଇଛି। ଚାଷୀନେତା ରମେଶ ମହାପାତ୍ର ,ଲିଙ୍ଗରାଜ ପ୍ରଧାନ,ଭଗବାନ ପ୍ରଧାନ ,ରହିତ ପ୍ରଧାନ,ଭୁବନେଶ୍ୱର ପ୍ରଧାନ,ଗୁରୁଚରଣ ସାହୁ,ପ୍ରଶାନ୍ତ ପ୍ରଧାନ, ରୋହିତ କୁମାର ସ୍ବାଇଁ, ଗୋକୁଲ ବେହେରା ,ରମେଶ ସାହୁ,ଭିକ ବାଗ ପ୍ରମୁଖ,ସତ୍ୟାନନ୍ଦ ସାହୁ ଚାଷୀ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ବିଭିନ୍ନ ପ୍ରସଙ୍ଗରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର
- Hits: 452