ହେଡଲାଇନସ୍:

୫ ଡକାୟତ ଗିରଫ,ବାଇକ, ମାରାଣାସ୍ତ୍ର ବିପୁଳ ପରିମାଣର ବୋମା ତିଆରି ସାମଗ୍ରୀ ଜବତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାଦାବଟି ମାଗିବା ଓ ଡକାୟତି କରିବା ଅଭିଯୋଗରେ ଗିରଫ ବୋଲି କାମାକ୍ଷାନଗର ଏସ୍ଡ଼ିପିଓ ସାମ୍ବାଦିକ ସମିଳନୀରେ ସୂଚନା |


କାମାକ୍ଷାନଗର/ରିତେଶ ବ୍ରହ୍ମା )-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସର ବଡ ସଫଳତା। ଦାଦା ବଟି ମାଗିବ ଅଭିଯୋଗା ଓ ଗତ କାଲି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୫ ଅନ୍ତ ଜିଲ୍ଲା ଡକାୟତ ଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି କାମାକ୍ଷା ନଗର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ |ସୂଚନା ମୁତାବକ ଗତ ରାତି ରେ କାମାକ୍ଷାନଗର ଥାନା ଅଧିକାରୀ ଓ ତାଙ୍କ କର୍ମଚାରୀ ଙ୍କ ସହ ପେଟ୍ରୋଲିଙ୍ଗ କରୁଥିବା ବେଳେ,୬ ଜଣ ଅନ୍ତ ଜିଲ୍ଲା ଡକାୟତ ଗ୍ୟାଙ୍ଗ, ଜିରାଳ କଲେଜ କାଜୁ ପଡିଆ ନିକଟରେ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୫ ଜଣୁ କାବୁ କରିଥିଲା ପୋଲିସ। ଏଥିରୁ ଜଣେ ଖସି ପଳାଇବାରେ ସକ୍ଷମ ହୋଇଛି |ତେବେ ସେମାନଙ୍କ ଠାରୁ ୨ ଟି ବାଇକ, ଗୋଟିଏ ରିଭଲ ବଲ, ୨ଟି ଅଫୁଟା ଗୁଳି, ୨ ଟି ଷ୍ଟିଲ ଛୁରୀ, ଓ ଗୋଟିଏ ଖଣ୍ଡା ସହ ବିପୁଳ ପରିମାଣ ର ବୋମା ତିଆରି ସରଞ୍ଜାମ ଜବତ କରିଥିବା ସୂଚନା ଦେଇଛନ୍ତି |ତେବେ ସମସ୍ତ ଡକାୟତ ମାନେ ହେଲେ କାମାକ୍ଷାନଗର ଥାନା ଗୋରଡିଆ ଗ୍ରାମର ବୋଲି ଜଣାପଡିଛି| ,ସେମାନେ ବାଲି ଚତୁରୀ ଠାରେ ନିର୍ମାଣଧୀନ ପୋଲର ଠିକାଦାର ଏସ୍ ପି ସିଂଙ୍ଘଲଙ୍କ ଠାରୁ ପୁର୍ବରୁ ଦାଦାବଟି ମାଗିଥିଲେ। ଏବଂ ଗତକାଲି ଗୁରବାର ରାତିରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ ବୋଲି ଏସଡିପିଓ ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି | ଏବଂ ଏହି କେସ ଅଧିକ ତଦନ୍ତ ଯାରି ରହିଛି।

0
0
0
s2sdefault