ହେଡଲାଇନସ୍:

ୟୁରୋପୀୟ କଳା ପ୍ରଦର୍ଶନୀରେ ଏସିଆର ପ୍ରତିନିଧିତ୍ୱ କରୁଥିବା ଓଡିଆ ଆର୍ଟ/କ୍ରାଫ୍ଟ ବ୍ରାଣ୍ଡ ‘ମୌଜଆର୍ଟ’ କୁ ପ୍ରଶଂସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:- ଆନ୍ତର୍ଜାତୀୟ ମଲ୍ଟି ମିଡିଆ କଳାକାର ତଥା ଚିତ୍ରକାର ଅର୍ଚ୍ଚନା ରଥ ଏବଂ ସହ-ପ୍ରତିଷ୍ଠାତା ବିଶ୍ୱନାଥ ରଥ କେବଳ ଓଡିଶା କିମ୍ବା ଭାରତ ପାଇଁ ନୁହେଁ ବଂର ଏସିଆରେ ମଧ୍ୟ ସେମାନଙ୍କର ବ୍ରାଣ୍ଡ ‘ମୌଜଆର୍ଟ’ ର ସ୍ୱତନ୍ତ୍ର କଳାକୃତିର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏକ ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀ ଯାହା ଫେବୃଆରୀ ୧୭ ରୁ ୧୯ ମଧ୍ୟରେ ବ୍ରୁଗ୍ (ବେଲଜିୟମ)ରେ ଅନୁଷ୍ଠିତ ହୋଇଥିଲା ।
ଗତ ୮ ବର୍ଷ ଧରି ଏହି ପ୍ରଦର୍ଶନୀର ଆୟୋଜନ କରି ଆସୁଥିବା କଳାକାର ଫ୍ରାଙ୍କ ୱାନହୋରେନ ଏବଂ କର୍ନେ ଗେସ୍କିୟରଙ୍କ ଦ୍ୱାରା ପ୍ରତିଷ୍ଠିତ ‘୮୯ ଆର୍ଟ’ ବ୍ରାଣ୍ଡ ଦ୍ୱାରା ‘ସେଲୁନ ଅଫ୍ ଆର୍ଟ’ ଆୟୋଜିତ ହୋଇଥିଲା । ଏଥର ପ୍ରଦର୍ଶନୀରେ ୟୁରୋପ ଏବଂ ଏସିଆର ବିଭିନ୍ନ ସ୍ଥାନରୁ ୧୨ ଜଣ କଳାକାର ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀରେ ‘ମୌଜଆର୍ଟ’ ହେଉଛି ଭାରତ / ଏସିଆ ପ୍ରତିନିଧିତ୍ୱ କରୁଥିବା ଏକ ମାତ୍ର ବ୍ରାଣ୍ଡ ଥିଲା ଯେଉଁଥିରେ ୩ ଦିନ ଧରି ଚାଲୁଥିବା ଏହି ପ୍ରଦର୍ଶନୀରେ ଅନେକ ଦର୍ଶକ/ କଳାପ୍ରେମୀ ଉପସ୍ଥିତ ଥିଲେ । ଯେଉଁଠି ଓଡିଶାରେ ଅବସ୍ଥିତ ଚନ୍ଦ୍ରଭାଗାର ସିନେରୀକୁ ଶ୍ରୀମତୀ ରଥ ଆଙ୍କିଥିବା ଆର୍ଟକୁ ସମସ୍ତ ଦର୍ଶକ ଅତି ପସନ୍ଦ କରିଥିଲେ ।

 

0
0
0
s2sdefault