ଭୁବନେଶ୍ୱର : ବାମରା ଷ୍ଟେସନରେ ଟିକେଟ ସଂରକ୍ଷଣ ବାତିଲ ହୋଇଛି ଓ ସେଠାରେ ଟ୍ରେନ ହଲ୍ଟ କରୁନାହିଁ ବୋଲି ଅଭିଯୋଗରେ ଧାରଣା ପ୍ରତିବାଦ ହେଉଥିବା ପୂର୍ବତଟ ରେଳବାଇ ନଜରକୁ ଆସିଛି. ହେଲେ ଏହା ସତ୍ୟ ନୁହେଁ, ଗୁଜବବୋଲି ଚକ୍ରଧରପୁର ଡ଼ିଆରଏମ ଅରୁଣ ରାଠୋର ଏବଂ ପୂର୍ବତଟ ରେଳବାଇ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ (ସିପିଆରଓ ) ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି. ଶ୍ରୀ ସାହୁଙ୍କ କହିବା ଅନୁଯାୟୀ " ବାମରା ଷ୍ଟେସନରେ ଟିକେଟ ସଂରକ୍ଷଣ ବନ୍ଦ ଓ ରହଣି ବାତିଲକୁ ନେଇ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ | ବାମରା ଷ୍ଟେସନରେ ଟିକେଟ ସଂରକ୍ଷଣ ବାତିଲ ହୋଇନି, ଏବେ ବି ରହୁଛି 11 ଟି ଟ୍ରେନ | "
ରାଜ୍ୟ
ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ : ପୂର୍ବତଟ ରେଳବାଇ
- Hits: 286