ହେଡଲାଇନସ୍:

ବାପାଙ୍କ ସ୍ମୃତିରେ ଗଛଟିଏ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,୨୩/୨(ମନୋଜ ଭୋଇ)- ରାଜବୋଡାସମ୍ବର ବ୍ଳକ ଅର୍ନ୍ତଗତ କନସିଂହା ଗ୍ରାମର ବାସିନ୍ଦା ତଥା ସମବାୟ ବିଭାଗର ଅବସର ପ୍ରାପ୍ତ ସଂପାଦକ ସ୍ୱର୍ଗତ ଘନଶ୍ୟାମ ଶତପଥୀଙ୍କ ସ୍ମୃତିରେ ଦ୍ୱାଦଶ ତିଥିରେ ଚାରାଟିଏ ରୋପଣ କରିବା ସହ ତାକୁ ଏକ ବିରାଟ ଦୃମରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି ଜେଷ୍ଠ ପୁଅ-ବୋହୁ ହେମନ୍ତ ଓ ଜୋତ୍ସ୍ନା ଏବଂ କନିଷ୍ଠ ପୁଅ-ବୋହୁ ଜୟନ୍ତ ଓ ସୁଜାତା ।

ପ୍ରକୃତିବନ୍ଧୁ ମିନକେତନ ସାହୁ ଦ୍ୱାଦଶ ତିଥିରେ ଚାରାଟିଏ ଉପହାର ଦେବା ସହ ନିଜ ବାପାଙ୍କ ସ୍ମୃତିକୁ ଉଦଯିବିତ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଚାରା ରୋପଣ ସମୟରେ ଶତପଥୀ ପରିବାରର ସମସ୍ତ ସଦସ୍ୟଙ୍କ ସମେତ ଜ୍ଞାତି କୁଟୁମ୍ବ, ବନ୍ଧୁ ପରିଜନ, କନସିଂହା ଆଂଚଳିକ ବ୍ରାହ୍ମଣ ସମାଜର କର୍ମକର୍ତା ଓ ପ୍ରକୃତିବନ୍ଧୁ ମିନକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ ସ୍ୱର୍ଗତ ଶତପତୀ ଜଣେ ସରଳ, ସ୍ୱଷ୍ଟବାଦୀ, ପରୋପକାରୀ ଲୋକ ସହିତ ଜଣେ ପକୃତି ପ୍ରେମି ଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ୭୧ ବର୍ଷ ହେଉଥିଲା ।

ବାଙ୍ଗାଲୋର ରେ ରହୁଥିବା ତାଙ୍କର ସାନ ପୁଅ ଇଂ ଜୟନ୍ତ ଶତପଥୀ ପାଖକୁ ବୁଲିବାକୁ ଉଭୟ ପତିପତ୍ନୀ ଯାଇଥିଲେ । ସେଠାରେ କିଛି ଦିନ ରହିଲା ପରେ ଅଚାନକ ଅସୁସ୍ଥତା ଅନୁଭବ କରିବା ସହ ପ୍ରାଣବାୟୁ ଚାଲିଯାଇଥିଲା । ସାନ ପୁଅ ସ୍ୱର୍ଗତ ଶତପଥୀଙ୍କ ମରଶରୀରକୁ ଏଆର ଅମ୍ବୁଲାନସରେ ରାୟପୁର ପର୍ଯ୍ୟନ୍ତ ଏବଂ ରାୟପୁରରୁ ରୋଡ ଆମ୍ବୁଲାନ୍ସରେ ଯୋଗେ ଜନ୍ମମାଟି କନସିଂହାକୁ ଆଣିଥିଲେ । ତାଙ୍କର ଦ୍ୱାଦଶ ତିଥିରେ ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ପହଂଚି ସ୍ୱର୍ଗତ ଶତପଥୀଙ୍କୁ ଶ୍ରଦ୍ଧଜଂଳି ଅର୍ପଣକରି ସ୍ମୃତିଚାରଣ କରିବା ସହ ଶୋକ ସନ୍ତତ୍ପ ପରିବାରକୁ ସମବେଦନା ଜଣାଇଥିଲେ ।

0
0
0
s2sdefault