ନୟାଗଡ଼,୨୩/୨: ରୋଟାରୀ କ୍ଲବ ନୟାଗଡ଼ ଏବଂ ୟୁନିଟେକ କଲେଜ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ୟୁନିଟେକ ଗୃପ ର ଚେୟାରମ୍ୟାନ ପ୍ରଦୀପ ପୃଷ୍ଟି ଉଦଘାଟନ କରିଥିଲେ । ରୋଟାରୀ କ୍ଲବ୍ ର ସଭାପତି ପ୍ରବୀର କୁମାର ପୃଷ୍ଟି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିର କୁ ରୋଟାରୀ କ୍ଲବ ର ସଂପାଦକ ବାସୁଦେବ ସାହୁ, ସଭ୍ୟ ଆରିଫ ଖାନ, ବ୍ରଜେନ୍ଦ୍ର ପଟ୍ଟନାୟକ, ମିହିର ନା଼ୟକ, ସନ୍ତୋଷ ନାୟକ, ଦିଲ୍ଲିପ ମିଶ୍ର ସମାଜସେବୀ ଦାମୋଦର ସାହୁ ଏବଂ ୟୁନିଟେକ କଲେଜ ର କର୍ମଚାରୀ ମାନେ ପରିଚାଳନା କରିଥିଲେ। ନୟାଗଡ଼ ରକ୍ତଭଣ୍ଡାର ର କର୍ମକର୍ତ୍ତାଙ୍କ ସହାୟତା ରେ ଏହି ଶିବିରରୁ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ରକ୍ତଭଣ୍ଡାର ର ରକ୍ତ ଅଭାବ କୁ ଦୁର କରିବା ପାଇଁ ଆଗାମୀ ଦିନରେ ଏପରି ଶିବିର ର ଆୟୋଜନ ଜାରି ରହିବ ବୋଲି ସଭାପତି ପ୍ରବୀର କୁମାର ପୃଷ୍ଟି ସୁଚନା ଦେଇଛନ୍ତି |











