ହେଡଲାଇନସ୍:

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୨୩/୨:କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଆଜି ନୟାଗଡ଼ ଗସ୍ତରେ ଆସିଥିଲେ । ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସହ ମାଛିପଡ଼ା ସ୍ଥିତ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଜିଲ୍ଲା ସଦର ହସପିଟାଲକୁ ଅଚାନକ ଗସ୍ତ କରିଥିଲେ । ବିଦ୍ୟାଳୟର ରୂପାନ୍ତରୀଣ କାର୍ଯ୍ୟର ଅଗ୍ରଗତି ତଥା ସ୍ବଚ୍ଛତା ଦେଖ୍ ଆୟୁକ୍ତ ଦଳେଇ ଖୁସି ବ୍ୟକ୍ତି କରିଥିଲେ। ସଦର ହସପିଟାଲରେ ବିଭିନ୍ନ ବିଭାଗ ପରିଦର୍ଶନ କରି
ରୋଗୀମାନଙ୍କୁ ଭଲମନ୍ଦ ପଚାରି ବୁଝିବା ସହ ନିରାମୟ କେନ୍ଦ୍ର ବୁଲି ଦେଖୁଥିଲେ । ଏହାପରେ ଦିବା ୧୧ଘଟିକା ସମୟରେ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାର ସମସ୍ତ ତହସିଲର ବିଭିନ୍ନ ମାମଲାର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ । ଉପଜିଲ୍ଲାପାଳ ସମସ୍ତ ତହସିଲ କାର୍ଯ୍ୟାଳୟର
ସାପ୍ତାହିକି ସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ଜଳସେଚିତ ଓ ଅଣ-ଜଳସେଚିତ ଜମିର ପରିମାଣ ନିର୍ଦ୍ଧାରଣ କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହାସହ ନୟାଗଡ଼ ଓ ଦଶପଲ୍ଲାରେ ଆରମ୍ଭ ହୋଇଥିବା ବାଇପାସ୍‌ କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ,ସମାଜ ମଙ୍ଗଳ କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା, ଜିଲ୍ଲା ଖାଦ୍ୟ ଓ ଯୋଗାଣ,ଜିଲ୍ଲା ପଂଚାୟତ, ଜିଲ୍ଲା କ୍ରୀଡ଼ା,ଜିଲ୍ଲା ସୂଚନା ସଂପର୍କ,ବନ୍ଦୋବସ୍ତ ଅୟୁକ୍ତ, ଜିଲ୍ଲା ସଂଚୟ,ସବରେଜିଷ୍ଟାର, ଓ ଆଂଚଳିକ ପରିବହନ,ଅବକାରୀ ଓ ଜିଲ୍ଲା ପରିଷଦର ବିଭିନ୍ନ ବିଭାଗ ଉପରେ ସମୀକ୍ଷା କରିଥିଲେ । ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ବାସ୍ଥ୍ୟ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସଂପଦ,ମତ୍ସ୍ୟ, ଉଦ୍ୟାନ ବିଭାଗ, ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ବିଭିନ୍ନ ଯୋଜନା ମାଧ୍ୟମରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଧାନ ଚାଷ ସହିତ ମାଛ ଚାଷ, ଉଦ୍ୟାନ କୃଷି,କୁକୁଡ଼ା ଚାଷ, ଛେଳି ଓ ଘୁସୁରି ପାଳନ ପରି ଲାଭଜନକ ଚାଷ କଲେ ସୀମିତ ସମୟ ମଧ୍ୟରେ ଚାଷୀ ଅଧିକ ଉପକୃତ ହୋଇପାରିବ । ଏଥ୍ ପାଇଁ ସଂପୃକ୍ତ ବିଭାଗମାନେ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ଯୋଜନବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମନ୍ବିତ ଚାଷ ପାଇଁ ଚାଷୀମାନଙ୍କୁ ପରାମର୍ଶ, ତାଲିମ, ଆର୍ଥିକ ସହାୟତା, ଉତ୍ପାଦର ବିକ୍ରି ପାଇଁ ବିସ୍ତୃତ ରୋଡ୍ ମ୍ୟାପ ପ୍ରସ୍ତୁତ କରି କାର୍ଯ୍ୟ କଲେ ଏ ଅଂଚଳର ଚାଷୀର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିବ, ତତସହିତ ଜିଲ୍ଲାର ମଧ୍ୟ ଆର୍ଥିକ ବିକାଶ ଘଟିବ । ଏହିବୈଠକରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault