କାମାକ୍ଷାନଗର(ରିତେଶ ବ୍ରହ୍ମା) :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସୀ ଦେଶିରୀବୁରୀ ସାହିରେ ଖରା ଦିନ ପୂର୍ବରୁ ପାଣି ପାଇଁ ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ |ସୂଚନା ମୁତାବକ ସାହି କୁ ବସୁଧା ଯୋଜନା ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ଥିବା ବେଳେ,ପ୍ରାୟ ୨ ମାସ ହେବ ପାଇପରେ ପାଣି ଆସୁନାହିଁ |ତେଣୁ ଖରା ଦିନ ପୂର୍ବରୁ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ |ତେବେ ଏ ନେଇ ଦୀର୍ଘ ଦିନ ହେବ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ୍ କେହି କର୍ଣ୍ଣପାତ କରୁନାହାନ୍ତି |ଯେଉଁଥିପାଇଁ ଆଜି ବାଧ୍ୟ ହୋଇ ଶତାଧିକ ମହିଳା ଗରା ବାଲ୍ଟି ଧରି ଆଲୁଅଝରଣ- ଭାଲୁମୁଣ୍ଡା ପୂର୍ତ୍ତବିଭାଗ ରାସ୍ତାର ମାଧିଆରଗୁଡି ଛକଠାରେ ରୋକ କରିଛନ୍ତି |ସେପଟେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିବ ବୋଲି ସେମାନେ ଅଡ଼ିବସିଛନ୍ତି |ଖବର ପ୍ରସ୍ତୁତ ହେବ ଯାଏ ଏ ନେଇ ସ୍ଥାନୀୟ ସରପଞ୍ଚ ଓ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳର ରେ ପହଂଚି ସେମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି |
ରାଜ୍ୟ
ଆଂଠେଇଛି ବସୁଧା : ପାଣି ପାଇଁ ଗରା ବାଲଟି ଧରି ରାସ୍ତା ରୋକ କଲେ ଗ୍ରାମବାସୀ |
- Hits: 424