ହେଡଲାଇନସ୍:

ସାମ୍ବାଦିକ ଭବନର ଉନ୍ନତିକରଣ ପାଇଁ ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼: ନୟାଗଡ଼ ସାମ୍ବାଦିକ ଭବନର ଉନ୍ନତିକରଣ ପାଇଁ ନୟାଗଡ଼ ବିଧାୟକ ଶିଳାନ୍ୟାସ କରିଛନ୍ତି। ନୟାଗଡ଼ ବିଧାୟକଙ୍କ ଉଦ୍ୟମ କ୍ରମେ ଏହାର ନବକଳେବର ହେବ । ଉନ୍ନତିକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ବାରା କରାଯିବ ବୋଲି ଜଣାଯାଇଛି ।
ସାମ୍ବାଦିକଙ୍କ ବୈଠକ ପାଇଁ ଏକ ଅତ୍ୟାଧୁନିକ ସଭାଗୃହ ନିର୍ମାଣ କରାଯିବା ସହିତ ଆବଶ୍ୟକୀୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି ।
ଏଥିପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଶିଳାନ୍ୟାସ କରିଛନ୍ତି । ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲାଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ପ୍ରଦୀପ୍ତ କୁମାର ରଥଙ୍କ ସହ ବହୁ ସାମ୍ବାଦିକଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଶତପଥି ଉପସ୍ଥିତ ଥିଲେ।

0
0
0
s2sdefault