ନୟାଗଡ଼: ନୟାଗଡ଼ ସଦରମହକୁମା ନିକଟ ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ ଜିଲ୍ଲାପାଳ ତଥା "ସମର୍ପଣ" ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ,ନୟାଗଡ ବ୍ଳକ୍ ୱାଡ଼ଜ୍ଞକ୍ଷ କିଶୋର ଚନ୍ଦ୍ର ସାହୁ,ନୟାଗଡ ବିଡିଓ ପଦ୍ମଚରଣ ସାହୁ,ପୌରପରିଷଦ ପୌରାଧ୍ୟକ୍ଷା ନିରୂପମା ଖଟେଇ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ଥିଲେ। ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ପ୍ରତିଷ୍ଠା ଦିବସ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ସମର୍ପଣ ଗୃହର ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିବା ସହିତ ବୃଦ୍ଧାଶ୍ରମ ପରି ଏକ ସାମାଜିକ ସେବା ସଂଗଠନ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିବା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଜଣେ ଜଣେ ସମାଜସେବୀ ବୋଲି ପ୍ରଶଂସା କରିଥିଲେ। ତାସ ଖେଳି ଅଯଥା ସମୟ ଅପଚୟ କରିବା ଅପେକ୍ଷା ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ୍ କରିବା ପାଇଁ ଆହ୍ବାନ ଦେଇଥିଲେ। ଏବଂ ସ୍କୁଲ କଲେଜର ପିଲାମାନେ ଏହି ବୃଦ୍ଧାଶ୍ରମ ବୁଲି ଆସନ୍ତୁ ଯଦ୍ବାରା ସେମାନେ ବୁଢ଼ା ବାପା ମାଆଙ୍କ ସେବା କରିବା ପାଇଁ ପ୍ରେରଣା ପାଇପାରିବେ ବୋଲି କହିଥିଲେ। ଏହି ଅନୁଷ୍ଠାନକୁ ସମାଜ ସେବାର ଏକ ପ୍ରୟୋଗଶାଳା ରୂପରେ ପରିଣତ କରିବା ପାଇଁ ମୁଖ୍ୟ ଅତିଥି ଡକ୍ଟର ସାହୁ ଆହ୍ବାନ ଦେଇଥିଲେ।
ସମର୍ପଣର ଅଭିବୃଦ୍ଧିରେ ଆଉ ଏକ ପାଦ ଆଗକୁ ଯିବା ପାଇଁ ସହଯୋଗ କରିଥିଲେ ଦିଲ୍ଲୀର ସାମାଜିକ ଅନୁଷ୍ଠାନ "ବୃଦ୍ଧ କେୟାର" ସମର୍ପଣର ଦୈନନ୍ଦିନ ବିଦ୍ୟୁତ ଶକ୍ତି ଖର୍ଚ୍ଚ କମାଇଦେବା ନିମିତ୍ତ ସୌର ଶକ୍ତି ଯୋଗାଇଦେବା ପାଇଁ ୦୫ କିଲୋଓ୍ବାଟର ଏକ ସୋଲାର ୟୁନିଟ୍ ଦାନ କରିଛନ୍ତି। ଏହି ସୋଲାର ସିଷ୍ଟମକୁ ମୁଖ୍ୟ ଅତିଥି ଉଦଘାଟନ କରିବା ସହିତ ଦିଲ୍ଲୀ ସ୍ଥିତ ସାମାଜିକ ଅନୁଷ୍ଠାନ "ବୃଦ୍ଧ କେୟାର" କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଦାନ କରିବାର ଏକ ପ୍ରକୃଷ୍ଠ ଅନୁଷ୍ଠାନ ହେଉଛି ସମର୍ପଣ ବୋଲି ଅନୁଭବ କରି ସମର୍ପଣ ର ପରିଚାଳନା ପାଇଁ ରୋଟାରିଆନ ସୁବାସ ଚନ୍ଦ୍ର ପଣ୍ଡା ଏକ ଲକ୍ଷ ଏକ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରି ଥିଲା ବେଳେ ସେବା ଅନୁଷ୍ଠାନ ର ସଞ୍ଜୟ କୁମାର ସୁବୁଦ୍ଧି ପଚାଶ ହଜାର ଟଙ୍କା ଅର୍ଥ ରାଶି ମଞ୍ଚାସୀନ ଅତିଥିଙ୍କୁ ପ୍ରଦାନ କରିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଂପାଦକ ଦାମୋଦର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମ୍ଯାନେଜର ସୀତାରାମ ପ୍ରଧାନ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପ୍ରୁଷ୍ଟି,ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅମୁଲ୍ୟ କୁମାର ମହାନ୍ତି, ପ୍ରତିଦିନ ସମର୍ପଣ କୁ ପରିବା ଯୋଗାଉଥିବା ପରିବା ବ୍ୟବସାୟୀ ସଂଘ ସଭାପତି ଓ ସଂପାଦକ, ନୟାଗଡ଼ କ୍ଲବ୍ ର ସଭାପତି ରବୀନ୍ଦ୍ର କୁମାର ସାହୁ, ଭାରତ ବିକାଶ ପରିଷଦ ନୟାଗଡ଼ ଶାଖାର ସଭାପତି ହରେକୃଷ୍ଣ ସାହୁ, ରୋଟାରିଆନ ଆରିଫ୍ ଖାଁ,ପ୍ରଶାନ୍ତ ପଟ୍ଟନାୟକ, ଦୁର୍ଯୋଧନ ସାହୁ, ଶ୍ରୀକାନ୍ତ ପଟ୍ଟନାୟକ, ମଦନମୋହନ ମହାପାତ୍ର, ତାପସକୁମାର ପାଢୀ, ଅଜୟ କୁମାର ପଟ୍ଟନାୟକଙ୍କ ସମେତ ବହୁ ଶିକ୍ଷାବିତ୍ ଓ ସମାଜସେବୀମାନେ ଉପସ୍ଥିତ ଥିଲେ।











