ଭୁବନେଶ୍ୱର: କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ, ଜି.ଏସ୍. ମାର୍କେଟିଙ୍ଗ ଆସୋସିଏସଟ୍ ସହ ମିଳିତ ଭାବରେ ୨୫ ଫେବୃଆରୀରୁ ୬ ମାର୍ଚ୍ଚ ୨୦୨୩ ମଧ୍ୟରେ ସ୍ଥାନୀୟ ଜନତା ମଇଦାନଠାରେ ରିୟଲ ଇଷ୍ଟେଟ୍ ପ୍ରଦର୍ଶନୀ “ହୋମ୍ ଆଣ୍ଡ ଡେକୋର” ୨୦୨୩ ଏବଂ ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସହ ଜି.ଏସ୍. ମାର୍କେଟିଙ୍ଗ ଆସୋସିଏଟ୍ ଯୈଥ ଭାବରେ ଇଣ୍ଡିଆ ଇନ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାର (ଆଇଆଇଏମଟିଏଫ୍-୨୦୨୩) ଆୟୋଜନ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରେଡାଇ ଭୁବନେଶ୍ୱର ପ୍ରେସିଡେନ୍ଟ ପ୍ରଦିପ୍ତ କୁମାର ବିଶ୍ୱାସରଏ, ଭାଇସ୍ ପ୍ରେସିଡେନ୍ଟ ସୂର୍ଯ୍ୟକାନ୍ତ ନନ୍ଦ, କ୍ରେଡାଇ ଭୁବନେଶ୍ୱର ସେକ୍ରେଟାରୀ ଉମେଶ ପଟ୍ଟନାୟକ ଏବଂ ଜି.ଏସ୍. ମାର୍କେଟିଙ୍ଗ,ସିଇଓ ଚିଦ୍ରୁପ୍ ସାହା ସୂଚନା ଦେଇଛନ୍ତି |
ସୂଚନା ଅନୁଯାୟୀ, ଏହି ପ୍ରଦର୍ଶନୀକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଆସନ୍ତା ୨୫ ତାରିଖ ସନ୍ଧ୍ୟା ୫ଟା ସମୟରେ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ଉଦ୍ଘାଟନ କରିବେ । ଏହି ଅବସରରେ ଭୁବନେଶ୍ୱର(ମଧ୍ୟ)ର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତର)ର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମୁନିସିପାଲିଟ କର୍ପୋରେସନର ମେୟର ସୁଲୋଚନା ଦାସ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ୱର ସର୍କଲ ଚିଫ୍ ଜେନେରାଲ ମ୍ୟାନେଜର ଚନ୍ଦ୍ର ଶେଖର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ପ୍ରଦର୍ଶନୀର ଉଦଯାପନୀ ଉତ୍ସବ ୬ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ମାନନୀୟ ମନ୍ତ୍ରୀ ପ୍ରତାପ କିଶୋର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା(ଆଇଏଏସ) ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
ଏହି କାର୍ଯ୍ୟକ୍ରମରେ ଆଇଆଇଟି-ଭୁବନେଶ୍ୱର,ଏନ୍ଆଇଟି-ରାଉଲକେଲା, ସିଇଟି-ଭୁବନେଶ୍ୱର ଏବଂ ଅଜୟ ବିନୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜୀର ସିଭିଲ ଇଞ୍ଜିନିୟରିଂ ଏବଂ ଆର୍କିଟେକ୍ ବିଭାଗର-୨୦୨୨ ବର୍ଷର ଟପର ମାନଙ୍କୁ ସମ୍ମାନୀତ କରାଯିବ ।
ଏହା ସହ ଓଡିଶାର ଜଣେ ବିଶିଷ୍ଟ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରଙ୍କୁ ଲାଇଫ ଟାଇମ୍ ଆଚିଭର୍ସ ପୁରସ୍କାର ପ୍ରଦାନ କରାଯିବ ଯିଏ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଫୋରମରେ ଖୁବ୍ ସ୍ୱନାମ ଅର୍ଜନ କରିଛନ୍ତି । ପ୍ରଦର୍ଶନୀରେ ୧୦ଟି ଏୟାର କଣ୍ଡିସନର ହ୍ୟାଙ୍ଗର ରହିବ ଯେଉଁଠାରେ ସମସ୍ତ ଅଂଶଗ୍ରହଣକାରୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିପାରିବା ସହ ପରିଦର୍ଶକ ମାନଙ୍କ ପାଇଁ ଏକ କ୍ୟାଫେଟେରିଆର ବ୍ୟବସ୍ଥା ରହିଛି ।
ପ୍ରଦର୍ଶନୀର ସର୍ବବୃହତ ହ୍ୟାଙ୍ଗର ଓଡିଶାର ରିୟଲ ଇଷ୍ଟେଟ୍ ଡେଭଲପର ମାନଙ୍କ ପାଇଁ ଉଦ୍ଧିଷ୍ଟ । ଯେଉଁଠାରେ ସେମାନେ ଭୁବନେଶ୍ୱର, କଟକ, ପୁରୀ ଆଦି ସ୍ଥାନରେ ଥିବା ସମସ୍ତ (ସମାପ୍ତ ଚାଲୁଥିବା ଏବଂ ଆଗାମୀ) ହାଉସିଂ ପ୍ରୋଜେକ୍ଟ ସବୁକୁ ପ୍ରଦର୍ଶିତ କରିବ । ଗ୍ରାହକ ମାନଙ୍କୁ ଜଣାଇ ଦେଉଛୁ ଯେ ଏହି ସମସ୍ତ ପ୍ରଦର୍ଶିତ ପ୍ରକଳ୍ପ ଓରେରା ପଞ୍ଜିକୃତ ହୋଇଛି ।
୭୨ ଡେଭଲପରସ୍ ସେମାନଙ୍କର ଗୃହ ଓ ଆପାର୍ଟମେନ୍ଟକୁ ପ୍ରଦର୍ଶିତ କରିଛନ୍ତି । ଏହି ହ୍ୟାଙ୍ଗର ଏସବିଆଇ, ଆଇସିଆସିଆଇ ଏବଂ ଅନ୍ୟାନ୍ୟ ହୋମ ଫାଇନାନ୍ସ କମ୍ପାନୀ ଅଂଶଗ୍ରହଣ କରି ଗ୍ରହାକମାନଙ୍କୁ ହୋମଲୋନ ନେବାର ପ୍ରକ୍ରିୟା ଓ ସୁବିଧା ଇତ୍ୟାଦି ସମ୍ବନ୍ଧରେ ବୁଝାଇବେ । ରିୟଲ ଇଷ୍ଟେଟ୍ ସହ ହୋମ ଆପ୍ଲାଏନ୍ସ, ଲାଇଫ୍ ଷ୍ଟାଇଲ୍ ଉତ୍ପାଦ, ଇନ୍ଟିରିୟର ଡେକୋରେସନ ଉତ୍ପାଦ, ଆଧୁନିକ ଆସବାବପତ୍ର ଇତ୍ୟାଦି ଗୁଡିକ ମଧ୍ୟ ପାର୍ଶ୍ଵବର୍ତ୍ତୀ ହ୍ୟାଙ୍ଗର ଗୁଡିକରେ ପ୍ରଦର୍ଶିତ ହେବ ।
ଆଫଗାନିସ୍ତାନ, ବାଂଲାଦେଶ ଦୁବାଇ , ଇରାନ, ମାଲେସିଆ, ଥାଇଲାଣ୍ଡ, ଏବଂ ଇଜିଷ୍ଟ ପରି ଦେଶମାନଙ୍କର ପ୍ରଦର୍ଶିକମାନେ ଏହି ଆନ୍ତଜାତୀୟ ମେଗା ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରୁଛନ୍ତି । ପଞ୍ଜାବ,ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ ଆଦି ପାର୍ଟନର ରାଜ୍ୟ ଥିବାବେଳେ ଓଡିଶା ହୋଷ୍ଟ ରାଜ୍ୟ ଭାବେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛି ।
ଆମେ କ୍ରେଡାଇ ଫାଉଣ୍ଡେସନ ଏବଂ ଜି.ଏସ୍. ମାର୍କେଟିଙ୍ଗ ଆସୋସିଏଟ୍ ସମସ୍ତ ମିଡିଆ ବନ୍ଧୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖବର ମାଧ୍ୟମରେ ରାଜ୍ୟ ବାଣିଜ୍ୟ ଅଭିବୃଦ୍ଧି ଏବଂ ରିୟଲ ଇଷ୍ଟେଟ୍ କାର୍ଯ୍ୟକଳାପର ପ୍ରୋତ୍ସାହନରେ ସେମାନଙ୍କର ଅବଦାନ ନିମନ୍ତେ ଅନୁରୋଧ କରୁଛୁ ବୋଲି କ୍ରେଡାଇ ଭୁବନେଶ୍ୱର ପ୍ରେସିଡେନ୍ଟ ଶ୍ରୀ ବିଶ୍ୱାସରଏ, ଭାଇସ୍ ପ୍ରେସିଡେନ୍ଟ ଶ୍ରୀ ନନ୍ଦ, କ୍ରେଡାଇ ଭୁବନେଶ୍ୱର ସେକ୍ରେଟାରୀ ଶ୍ରୀ ପଟ୍ଟନାୟକ ଏବଂ ଜି.ଏସ୍. ମାର୍କେଟିଙ୍ଗ,ସିଇଓ ଶ୍ରୀ ସାହା ସୂଚନା ଦେଇଛନ୍ତି |











