ମହାବିଦ୍ୟାଳୟ ର ଇଣ୍ଡକ୍ସନ ଟ୍ରେନିଂ: ଯୋଗଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱର ସର୍ବପୁରାତନ ଚିକିତ୍ସା ପଦ୍ଧତି ଆୟୁର୍ବେଦ । ଆଜିକାର ଆଧୁନିକ ଯୁଗରେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ପଦ୍ଧତି କୁ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟ ରେ ଅନେକ ସମୃଦ୍ଧ କରାଯାଇ ପାରିଛି । ଧୀରେ ଧୀରେ ସାଧାରଣ ଲୋକଙ୍କ ମଧ୍ୟରେ ଆୟୁର୍ବେଦ ର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ପଦ୍ଧତି ର ଅନେକ ସଫଳ ଚିକିତ୍ସକ ଓ ଗବେଷକ ମାନଙ୍କର ପ୍ରୟାସ କାରଣରୁ ଆଜି ଭାରତୀୟ ଚିକିତ୍ସା ପଦ୍ଧତି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକ ପ୍ରିୟ ହେବାରେ ଲାଗିଛି । ଜଣେ ସଫଳ ଚିକିତ୍ସକ ବା ଗବେଷକ ହେବା ପାଇଁ ଆବଶ୍ୟକତା ରହିଛି ଏକ ସୁଦୃଢ ଭିତ୍ତିଭୂମି ଓ ପର୍ଯାପ୍ତ ବିଶେଷଜ୍ଞ ରହିଥିବା ଅନୁଷ୍ଠାନ । ବରଗଡ଼ ଜିଲ୍ଲା ପାଇକମାଲ , ପ୍ରକୃତିର ସବୁଜିମା କୋଳରେ , ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଏହିଭଳି ଏକ ଅନୁଷ୍ଠାନ । ଏହି ଅନୁଷ୍ଠାନ ରୁ ବହୁ ଚିକିତ୍ସକ , ଗବେଷକ ଶିକ୍ଷା ଲାଭ କରି ଆଜି ମାନବ ଜାତିର ପ୍ରତକ୍ଷ ସେବାରେ ନିୟୋଜିତ ହୋଇ ପାରିଛନ୍ତି ।
ଚଳିତ ଶିକ୍ଷା ବର୍ଷ ରେ ନୂତନ ଭାବରେ ଏହି ଅନୁଷ୍ଠାନ ରେ ଶିକ୍ଷା ଗ୍ରହଣ ପାଇଁ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ 15 ଦିନ ବ୍ୟାପି ଇଣ୍ଡକ୍ସନ ପ୍ରୋଗ୍ରାମ ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ସହିତ ତାଙ୍କର ଅଭିଭାବକ ମାନେ ମଧ୍ୟ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଧେଶ୍ୟ ହେଲା ଆୟୁର୍ବେଦ ଶିକ୍ଷାଦାନ ପୂର୍ବରୁ ଆୟୁର୍ବେଦ ପ୍ରତି ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଇବା , ଏହି ପାଣ୍ଡରଦିନ ର ସମୟ ଅବଧି ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭା କୁ ଖୋଜିବା , ଛାତ୍ରଛାତ୍ରୀ ମାନଙ୍କୁ ଅନେକ ପ୍ରକାର ଆବଶ୍ୟକୀୟ ଜ୍ଞାନ ପ୍ରଦାନ କରିବା ଇତ୍ୟାଦି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର ଭାଇସ ଚାନ୍ସେଲର ପ୍ରୋଫେସର ସଞ୍ଜୟ କୁମାର ସଥପଥୀ ଯୋଗଦେଇ ଥିବା ବେଳେ , କଲେଲ ପରିଚାଳନା କମିଟିର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ , ପରିଚାଳନା କମିଟିର ସମ୍ପାଦକ ତଥା ମୁଖ୍ୟ ପରିଚାଳକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ଅନୁଷ୍ଠାନ ର ଅଧ୍ୟକ୍ଷା ଡାକ୍ତର କେଟି ରାଉତରାୟ , ଡ଼ିପାଟମେଣ୍ଟ ହେଡ ଡାକ୍ତର ନଳିନୀ ଦାସ ପ୍ରମୁଖ ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିବା ସହିତ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ ।

0
0
0
s2sdefault