ଭୁବନେଶ୍ୱର – ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଆଣିଥିବା ଅଭିଯୋଗ ଉପରେ 5ଟି ସଚିବ ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ କଲ ରେକର୍ଡିଂଙ୍କୁ ତଦନ୍ତ ଅନ୍ତର୍ଭୃକ୍ତ କରିବା ସହ ସାର୍ବଜନୀନ କରିବା ପାଇଁ ପ୍ରେସ ବାର୍ତ୍ତା ମାଧ୍ୟମରେ ଦାବି କରିଛନ୍ତି ବିଜେପି ପ୍ରବକ୍ତା ସୋନାଲି ସାହୁ ।
ରାଜ୍ୟର 50 ଲକ୍ଷରୁ ଉର୍ଦ୍ଧ୍ୱ ସ୍କୁଲ ପିଲାଙ୍କର ଖାଦ୍ୟ ତାଙ୍କ ପେଟକୁ ନ ଦେଇ ଯିଏ ଦୁର୍ନୀତି କରିଥିଲେ, ଯାହାର ମୂଲ୍ୟ 700 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ଏବଂ ଯେଉଁଥିପାଇଁ 2011ରେ ମନ୍ତ୍ରୀ ମଣ୍ଡଳରୁ ତଡା ଖାଇଥିଲେ ସେ ଆଜି ସଇତାନ ମୁହଁରେ ବେଦପାଠ ଭଳି ଜ୍ଞାନ ବାଣ୍ଟୁଛନ୍ତି । ଯେଉଁ ଦଳର ଓକିଲାତି କରୁଛନ୍ତି ନିଜର ଚାକିରି ବଞ୍ଚାଇବା ପାଇଁ, ସେହି ଦଳ ଦିନେ ତଡିଥିଲା । ବିଜୁ ଜନତା ଦଳର ପ୍ରତାପ ଜେନା ଦୁଇ ଦୁଇଟି ହତ୍ୟା କେସରେ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ଆସିଛି । ଅନୁରୂପ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବି ପରକ୍ରିୟା ପ୍ରିତିର କଥା ଉଠିଲା ପରେ ସ୍ୱାମୀର ମୃତ୍ୟୁ ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । କଳାହାଣ୍ଡିର ଜୁନାଗଡରେ ଥିବା କଲେଜକୁ ଆପଣଙ୍କ ଦଳର ନେତାମାନେ ଯୁବକତ୍ୱ ଅନୁଭବ କରିବାକୁ ଯାଆନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତି । ଶେଷରେ ସେହି କଲେଜର ନୀରିହ ଯୁବତୀଙ୍କୁ ହତ୍ୟା କରାଗଲା । ଏହି ଘଟଣାରେ ସେ ସମୟର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଲା । ମହିଳାଙ୍କ ଆଳରେ ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯଦି ସୋନାଲିକା ଆପଣଙ୍କ ଝିଅ ହୋଇଥାନ୍ତା ତା’ ହେଲେ କ’ଣ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଛାଡିଦେଇ ଥାନ୍ତ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଓଡ଼ିଶା ମୋର ପରିବାର, ମିଛ କଥା କହି ଲୋକଙ୍କୁ ଭୂତାଉଛନ୍ତି । ଯେଉଁ ଦୁଇଟି ଘଟଣାର ଅଭିଯୋଗ ଉଠାଇଛନ୍ତି ଛତ୍ରପୁର କେସରେ ପୋଲିସର ଚାର୍ଜସିଟରେ କଣ ଲେଖାହୋଇଛି, ପୋଲିସ ଡିଜିକୁ ପଚାରିବୁଝନ୍ତୁ । ଯଦି ନବ ଦାସ ମଡର କେସରେ କ୍ରାଇମବ୍ରାଞ୍ଚର ପାରିବାପଣିଆ ଅଛି ତା’ ହେଲେ ଅବସରପ୍ରାପ୍ତ ଜଜଙ୍କୁ ନେଇ ତଦନ୍ତ କରିବା କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି । ଏହା ଆଜି ଓଡ଼ିଶାର ଜନସାଧାରଣ ଆଶ୍ଚର୍ଯ୍ୟ କରିଛି ।
ଆପଣଙ୍କ ସରକାରରେ କାଗଜ ଭଳି ବସ୍ତୁ, ତିନି ଦିନ ବି ପାଇଖାନା ଟାଙ୍କିରେ ରହି ସେଥିରେ ଲେଖା ଦେଖାଯାଏ ଏବଂ ସେଥିରୁ ତଦନ୍ତର ଖିଅ ଆପଣଙ୍କ ପ୍ରଶାସନ ତିଆରି କରେ , ସେଠୁ ଜଣାପଡୁଛି ତଦନ୍ତ କେଉଁ ବାଟରେ ଯାଉଛି । ବ୍ଲାକ ରୋଜ କେସରେ କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହୋଇଥିଲା, ତୁମର ବଡ ନେତା ବୋଲାଉଥିବା ପ୍ରଣବ ପ୍ରକାଶ ଦାଶ ଓରଫ ବବି ତାଙ୍କର ସମ୍ପୃକ୍ତି କେତେ ଅଛି, ତାକୁ ଥରେ ପଚାରନ୍ତୁ । 5ଟି ସଚିବ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ କେଉଁ କାର୍ଯ୍ୟ କରୁଛନ୍ତି ଥରେ ନିଜକୁ ପଚାରି ତାହାର ଉତ୍ତର ଖୋଜନ୍ତୁ । ଯଦି ସତସାହାସ ଅଛି, ପ୍ରଣବ ପ୍ରକାଶ ଦାସ ଏବଂ ଭି.କେ ପାଣ୍ଡିଆନଙ୍କ ମୋବାଇଲକୁ ଯାଞ୍ଚ କରି ସାର୍ବଜନୀନ କରି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସେ କହିଛନ୍ତି ।
ରାଜ୍ୟ
700 କୋଟି ଟଙ୍କାର ଡାଲି ଦୁର୍ନୀତିରେ ଲିପ୍ତ ଥିବା ଆଜିର ରାଜସ୍ୱ ମନ୍ତ୍ରୀଙ୍କର ସଇତାନ ମୁହଁରେ ବେଦପାଠ - ସୋନାଲି ସାହୁ
- Hits: 279











