ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ନବ ନିର୍ମିତ ମିଶନ ଶକ୍ତି ଗୃହକୁ ସୋମବାର ଦିନ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳ ପଂଚାୟତ ସଭାପତୀ ମନୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ସଭା ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ସମିତି ସଭ୍ୟ ଠାକୁର ପଣ୍ଡା, ପଂଚାୟତ ଏସଏଚଜି ଗୋଷ୍ଠି ସଭାନେତ୍ରୀ କାନ୍ତି ସାହୁ ଓ ସଂପାଦିକା ରିତା ମଟାରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ବରିହା ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରିବା ସହ ଏହି ସୁଯୋଗର ଳାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ଏମବିକେ, ସିଆରପି, କୃଷିମିତ୍ର ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ ମେଲଛାମୁଣ୍ଡା ପଂଚାୟତରେ ୭୫ ରୁ ଉର୍ଦ୍ଧ୍ୱ ମହିଲା ଏସଏଚଜି କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ପାଇଁ ଏକ ସ୍ଥାୟୀ ଅଫିସର ଗୃହର ବ୍ୟବସ୍ଥା ହୋଇପାରିବାରୁ ମହିଳା ଗୋଷ୍ଠି ମହଳରେ ଖୁସିର ଲହରି ଖେଳିଯାଇଛି । ସେହିପରି ମେଲଛାମୁଣ୍ଡା ବସ୍ତିରେ ଏକ ନବ ନିର୍ମିତ କମ୍ୟୁନିଟି ସେଂଟରକୁ ମଧ୍ୟ ବିଧାୟିକା ଉଦଘାଟନ କରିଥିଲେ ।
ରାଜ୍ୟ
ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟିକା
- Hits: 969