"ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ"
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଙ୍କର 3 ଗୋଟି ଧନ୍ୟବାଦ ସଭା
ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଙ୍କର ଏକ ଦିନିଆ ପଦ୍ମପୁର ଗସ୍ତ ରହିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାଇକମାଲ , ପଦ୍ମପୁର ଓ ଝାରବନ୍ଧ ଠାରେ ତିନିଗୋଟି ସଭା ରେ ଯୋଗଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସ ତିନି ତାରିଖ ଦିନ ଉପନିର୍ବାଚନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ତିନିଗୋଟି ସ୍ଥାନରେ ନିର୍ବାଚନ ସଭାକରି , ଉନ୍ନୟନ ମୂଳକ କାର୍ୟ୍ଯ ପାଇଁ କିଛି ପ୍ରତିଶ୍ରୁତି ଦେଇ ଦଳୀୟ ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କୁ ଭୋଟ ଦେଇ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ଲୋକେ ସେ ସମୟରେ ମୁଖ୍ୟମନ୍ତ୍ରୀ ଙ୍କର ଉପରେ ଗଭୀର ଅସ୍ଥା ପ୍ରକଟ କରି ପଦ୍ମପୁର ରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କୁ ରେକର୍ଡ 42 ହଜାର ରୁ ଉର୍ଦ୍ବ ଭୋଟ ରେ ବିଜୟୀ କରାଇଥିଲେ । ଦଳୀୟ ପ୍ରାର୍ଥୀ ଙ୍କର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସି ଲୋକଙ୍କୁ ଧନ୍ୟବାଦ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତି ରକ୍ଷା କରି ପଦ୍ମପୁର ଆସିଥିଲେ । ଆଜି ପଦ୍ମପୁର ର ସତିଭଟା ଏୟାର ଷ୍ଟ୍ରିପ ରେ ବିମାନରୁ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ଝାରବନ୍ଧ ଅଭିମୁଖେ ହେଲିକପ୍ଟର ରେ ବାହାରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଝାରବନ୍ଧ ରେ ଏକ ଜନସଭା କୁ ସଂଵୋଧନ କରିଥିଲେ । ଝାରବନ୍ଧ ବ୍ଲକ ରେ ମୁଖ୍ୟମନ୍ତ୍ରୀ ଅନେକ ନୂତନ ନବନିର୍ବାଚିତ ପ୍ରୋଜେକ୍ଟ ର ଉଦଘାଟନ କରିବା ସହିତ ପ୍ରାୟ 90 କୋଟି ଟଙ୍କାର ନୂତନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ନିଜର ଉଦ୍ବୋଧନ ରଖିଥିବା ବେଳେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଜ୍ଞାପନ କରିଥିଲେ ।
ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ପାଇକମାଲ ପହଂଚି ପ୍ରଥମେ ପାଇକମାଲ PHC କୁ CHC ଭାବରେ ଘୋଷଣା କରିବା ସହିତ ନୂତନ 133 ଗ୍ରୀଡ଼ ପାଇଁ ଜମି ଚିହ୍ନଟ ସରିଥିବା ଘୋଷଣା କରିବା ସହିତ ପ୍ରାୟ ଆଠ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ପ୍ରାୟ 35 କୋଟି ଟଙ୍କାର ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଜୟ ପ୍ରଭୁ ନୃସିଂହନାଥ ଉଚ୍ଚାରଣ ପୂର୍ବକ ଉପସ୍ଥିତ ସମସ୍ତଙ୍କୁ ଜୁହାର ଜଣାଇ ତାଙ୍କ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ""ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଳ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ। ଆଜିର ଏହି ସଭାରେ ଆମର ମା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି। ଆଜି ଏଠାରେ ମା ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ।
ଗତ ଥର ମୁଁ ପଦ୍ମପୁର Constituency ପାଇଁ କିଛି ଘୋଷଣା କରିଥିଲି। ସେଥିରୁ ପାଇକମାଳ Primary Health Centerକୁ Community Health Center କରାଯାଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି Substation ପାଇଁ ଜମି identify ହୋଇସାରିଛି। ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ। ବାକି ସବୁ କାମ ସମୟ ଭିତରେ କରାଯିବ।
ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀ ରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନେ ପଦ୍ମପୁର ଆସିଥିଲେ. ଏବଂ ଆପଣମାନଙ୍କୁ paddy procurement ,crop insurance ,RAILWAYS କେନ୍ଦୁ ପତ୍ର GST ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ | ପ୍ରଭୁ ନୃସିଂହନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ " ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |
ମୁଖ୍ୟମନ୍ତ୍ରୀ କହିଥିଲେ ଯେ " ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି। ଗତ ଉପନିର୍ବାଚନ ସମୟରେ ଆପଣମାନେ ମୋତେ ଭେଟିଥିଲେ। ପ୍ରତି ପଞ୍ଚାୟତ, ପ୍ରତି ଏନଏସି ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ ପ୍ରସ୍ତାବ ଦେଇଥିଲେ । ମୁଁ ଖୁସି ଯେ ସେହି ପ୍ରସ୍ତାବକୁ ଭିତ୍ତିକରି ଏ ଟଙ୍କା ମଂଜୁର କରାଯାଇଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ମଂଜୁର କରାଯିବା, ଓଡିଶା ଇତିହାସରେ ପ୍ରଥମ। ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ।"
ଏହା ସହିତ ଉପନିର୍ବାଚନ ସମୟରେ ବିରୋଧୀ ( କେନ୍ଦ୍ରୀୟ ମନ୍ତ୍ରୀ ) ମାନଙ୍କୁ ନୃସିଂହନାଥ ମହାପ୍ରଭୁ ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଯେମିତି କି କେନ୍ଦୁପତ୍ର ଉପରୁ ଜି ଏସ ଟି ଛାଡ଼ , ବରଗଡ଼ ନୂଆପଡା ରେଳ ଲାଇନ , ଇତ୍ୟାଦି ମହାପ୍ରଭୁ ମନେ ପକାଇ ଦିଅନ୍ତୁ ବୋଲି କହିଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏସ ଏଚ ଜି ଗ୍ରୁପ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କର ସମେତ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ମନ୍ତ୍ରୀ ଟୁକୁନି ସାହୁ , ମନ୍ତ୍ରୀ ପ୍ରତାପ ଦେବ , ନିଜ ନିଜ ମନ୍ତବ୍ୟ ରଖିଥିବା ବେଳେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଜ୍ଞାପନ କରିଥିଲେ । ପାଇକମାଲ ରେ ଅୟୋଜିତ ସଭାରେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ବିଧାୟକ ମନୋହର ରନ୍ଧାରୀ , ବିଧାୟକ ଜଗନ୍ନାଥ ନାୟକ , ବିଧାୟକ ପ୍ରଶାନ୍ତ ବେହେରା , ବିଧାୟିକା ଲତିକା ପ୍ରଧାନ , ବିଧାୟକ ବ୍ରଜ କ8ଶୋର ପ୍ରଧାନ, ଉଠା ଜଳସେଚନ ନିଗମ ର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ , ତାମଡା ଅଧ୍ୟକ୍ଷ ଶ୍ରୀ ଅବନୀ ସାହୁ , ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଙ୍କର ଏହି ସଭାରେ ଓ ହେଳିପେଡ ଠାରେ ପ୍ରାୟ ଦଶ ହଜାର ରୁ ଉର୍ଦ୍ବ ଲୋକଙ୍କ ସମାଗମ ହୋଇଥିଲା ।