ସମାପନ ହେଲା ଛଅ ଦିବସିୟ ରାଷ୍ଟ୍ରୀୟ ସିଏମଇ
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ରହିଛି ପାଇକମାଲ ଓ ବରଗଡ଼ ଜିଲ୍ଲା କୁ ଗୌରବାନ୍ୱିତ କରୁଥିବା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଆଜିର ଦିନରେ ଏହି ଅନୁଷ୍ଠାନ କେବଳ ଶିକ୍ଷାଦାନ କିମ୍ବା ରୋଗୀ ଚିକିତ୍ସା ରେ ସୀମିତ ହୋଇ ରହିନାହିଁ । ଅନୁଷ୍ଠାନ ପରିଚାଳନା କମିଟି ଓ ଏହି ଅନୁଷ୍ଠାନରେ କାର୍ଯରତ ସମସ୍ତ ଫେକଲ୍ଟିସ , ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର କଠୋର ପରିଶ୍ରମ କାରଣରୁ ଏହି ଅନୁଷ୍ଠାନ ରାଷ୍ଟ୍ରୀୟ ସି ଏମ ଇ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସମ୍ପାଦନ କରି ପାରୁଛି ।
ଗତ ଛଅ ଦିନ ହେଲା ଏହି ଅନୁଷ୍ଠାନ ରେ ଦ୍ରବ୍ୟଗୁଣ ଉପରେ ରାଷ୍ଟ୍ରୀୟ ସି ଏମ ଇ ର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ଦେଶ ର କୋଣ କୋଣ ରୁ ବହୁ ସଂଖ୍ୟାରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଅସୋସିଏଟସ ପ୍ରଫେସର ଯୋଗ ଦେଇ ଦ୍ରବ୍ୟଗୁଣ ବାବଦରେ ଶିକ୍ଷାଲାଭ କରିବା ସହିତ ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ରହିଥିବା ଅନେକ ଦୁର୍ଲଭ ଜଡ଼ିବୁଟି ଦେଖିବା ସହିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାର ବିକଶିତ ନିଜସ୍ୱ ଲୁମ୍ବିନୀ ଉଦ୍ୟାନ ବୁଲି ଅନୁଧ୍ୟାନ କରିଥିଲେ । ଆଜି ଶେଷ ଦିବସରେ ଭାରତ ସରକାର ଙ୍କର ଆୟୁଷ ମନ୍ତ୍ରାଳୟର କେନ୍ଦ୍ରୀୟ ଆୟୁର୍ବେଦିୟ ବିଜ୍ଞାନ ଅନୁସସନ୍ଧାନ ପରିଷଦ ର ମହାନିର୍ଦେଶକ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ ଯୋଗ ଦେଇ ଆୟୁର୍ବେଦ ଚିକିତ୍ସା ପଦ୍ଧତି ପ୍ରତି ରହିଥିବା ସରକାର ଙ୍କର ବିଭିନ୍ନ କାର୍ଯ୍ୟକ୍ରମ , ସହିତ ଅନେକ ବିଷୟରେ ଆଲୋକପାତ କରିଥିଲେ । ଛଅ ଦିନ ପର୍ଯ୍ୟନ୍ତ ଅୟୋଜିତ ଏହି ମେଗା ଇଭେଣ୍ଟ ର ଶେଷ ପର୍ଯ୍ୟାୟରେ ଅନୁଷ୍ଠାନ ର ପରିଚାଳନା କମିଟିର ମୁଖ୍ୟ ଶ୍ରୀ ସତ୍ୟଭୂଷଣ ସାହୁ ମୁଖ୍ୟ ପରିଚାଳକ ଓ ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି କେଟି ରାଉତରାୟ ପ୍ରମୁଖ ମୁଖ୍ୟ ଅତିଥି ଙ୍କୁ ଉତ୍ତରୀୟ ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା , ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ପାର୍ଟିସୀପେଟ ମାନଙ୍କୁ ମଧ୍ୟ ସ୍ମୃତିଚିହ୍ନ ଓ ସାର୍ଟିଫିକେଟ ସମ୍ମାନିତ କରାଯାଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ପାର୍ଟିସୀପେଟ ମାନେ ଏହି କାର୍ଯ୍ୟକ୍ରମ ରେ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି ଯାହାକି ତାଙ୍କୁ ଭବିଷ୍ୟତ ରେ ଚିକିତ୍ସା ଓ ଶିକ୍ଷାଦାନ ପାଇଁ ବହୁମାତ୍ରାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅନୁଷ୍ଠାନ ରେ ହୋଇଥିବା , ଦୀର୍ଘ ଛଅ ଦିନ ଦିନ ପର୍ଯନ୍ତ କଠୋର ପରିଶ୍ରମ କରି ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମ କୁ ସଫଳତା ପ୍ରଦାନ କରିବାରେ ସହଯୋଗ କରିଥିବା ପ୍ରଫେସର ଶିବପ୍ରସାଦ ମହାନ୍ତି ଓ ଓ ଅନ୍ୟ ସବୁ ଫେକଲ୍ଟି ମାନଙ୍କୁ ଏହି ଭବ୍ୟ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଅନୁଷ୍ଠାନ ର ଅଧ୍ୟକ୍ଷା ଓ ପରିଚାଳନା କମିଟି ର ସଭାପତି ଓ ମୂଖ୍ୟ ପରିଚାଳକ ।