ଜୟନାରାୟଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବିଜେପି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ପୂର୍ବତନ ବିରୋଧିଦଳ ନେତାଙ୍କୁ ବି ସମାଲୋଚନା

  •  ପୂର୍ବତନ ଉପନେତା ଓ ବର୍ତ୍ତମାନର ମୁଖ୍ୟ ସଚେତକଙ୍କୁ ବି ଛାଡିଲେନି

  •  ଅତୀତରେ ସମୀର ମହାନ୍ତିଙ୍କୁ ବି ମାଡ ମରାଇଥିଲେ ଶ୍ରୀ ମିଶ୍ର


ଭୁବନେଶ୍ୱର: :" ତାଙ୍କ ପୂର୍ବରୁ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ (ମାନେଜ୍‍ଡ) ହୋଇଥିଲେ | କିନ୍ତୁ ସେ ସେଭଳି ହୋଇପାରିବେ ନାହିଁ | ତେଣୁ ଶାସକ ଦଳ ତାଙ୍କ ପଛରେ ପଡିଛନ୍ତି" ବୋଲି ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମ ସହ କଥା ହେବାବେଳେ କହିଛନ୍ତି । ଏଭଳି ଅଭିଯୋଗ ପାଇଁ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଶ୍ରୀ ମିଶ୍ର ପୂର୍ବତନ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଶ୍ରୀ ପ୍ରଦୀପ୍ତ ନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଯିଏ କି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେଉଛନ୍ତି । ଆହୁରି ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଯେ ସେ ଅଭିଯୋଗ କରିଛନ୍ତି କି ବିରୋଧୀ ଦଳର ପୂର୍ବତନ ଉପନେତା ତଥା ପୂର୍ବତନ ବିଜେପି ବିଧାୟକ ସ୍ୱର୍ଗତ ଶ୍ରୀ ବିଷ୍ଣୁ ଚରଣ ସେଠୀ ଯିଏକି ତାଙ୍କ ପୂର୍ବରୁ ଜଣେ ନେତା ଥିଲେ ସେ ମଧ୍ୟ ସରକାରୀ ଦଳ ଦ୍ୱାରା ପରିଚାଳିତ ହେଉଥିଲେ ।
ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଶ୍ରୀ ମିଶ୍ର ମଧ୍ୟ ଓଡିଶା ବିଧାନସଭାରେ ବିଜେପି ଦଳର ମୁଖ୍ୟ ସଚେତକ ଥିବା ଶ୍ରୀ ମୋହନ ଚରଣ ମାଝିଙ୍କ ବିରୁଦ୍ଧରେ ସରକାରୀ ଦଳ ଦ୍ୱାରା ପରିଚାଳିତ ହେଉଥିବାର ଅଭିଯୋଗ ଆଣିଛନ୍ତି ଯିଏ କି ଶ୍ରୀ ମିଶ୍ର ବିରୋଧିଦଳ ନେତା ହେବା ପୂର୍ବରୁ ଓଡିଶା ବିଧାନସଭାରେ ସାମ୍ବିଧାନିକ ପଦବୀରେ ରହିଛନ୍ତି । ଓଡ଼ିଶା ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଯିଏ କି ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଚପଲ ମାଡର ଶିକାର ହୋଇଥିଲେ ସେ ବିଜେପି ବିଧାୟକ ତଥା ପୂର୍ବତନ ବିଜେପି ନେତା ତଥା ବିରୋଧୀ ଦଳର ଉପନେତା ତଥା ବର୍ତ୍ତମାନର ବିଜେପି ମୁଖ୍ୟ ସଚେତକଙ୍କ ତରଫରୁ କଥା ହେବା ଏବଂ ଉତ୍ତର ଦେବା ଉଚିତ । ଓଡ଼ିଶା ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ବର୍ତ୍ତମାନ ଏହି ଦୁର୍ଦ୍ଦାନ୍ତ ଅପରାଧୀ ତଥା ହତ୍ୟାକାରୀ ଶ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଯିଏ କି ତାଙ୍କୁ ମାଡ ମରାଇବା ସହିତ ବର୍ତ୍ତମାନ ନିଜ ଦଳର ନେତାଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି ।

0
0
0
s2sdefault