ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଅବଗତ ନାହାନ୍ତି: ବିଜେଡି
ଭୁବନେଶ୍ୱର: ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ । ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ କିପରି କାମ କରୁଛି, ତାହା ବୋଧହୁଏ ସେ ଭଲ ଭାବେ ଅବଗତ ନାହାନ୍ତି । ଆଜି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଶ୍ରୀ ପାତ୍ର କହିଛନ୍ତି ଯେ ସମ୍ଭବତଃ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ହାରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ନେତାମାନେ ହତାଶ ହୋଇ କେନ୍ଦ୍ରମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟ ଦେଇଛନ୍ତି । ଓଡ଼ିଶାର ପଞ୍ଚାୟତିରାଜ ବିଭାଗରେ ନିରନ୍ତର ଭାବେ ଯେଉଁସବୁ ଭଲ କାମ ଚାଲିଛି ଏବଂ ସେଥିପାଇଁ ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛି, ତାହା ସେ ଜାଣିନାହାନ୍ତି ।
ତେଣୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ, ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରୁ ଏ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହ କରି ତାହା ଅନୁଧ୍ୟାନ କରନ୍ତୁ । ତେବେ ତାଙ୍କର ଏହି ସଂଶୟ ଦୂର ହୋଇଯିବ । ଏହାଛଡ଼ା ସେ ଆଉ ତାଙ୍କ ଦଳର ସ୍ଥାନୀୟ ନେତାମାନଙ୍କ ମିଛକୁ ବିଶ୍ଵାସ ନ କରିବାକୁ ଏବଂ ଭ୍ରମାତ୍ମକ ତଥ୍ୟ ଦ୍ଵାରା ପ୍ରଭାବିତ ନ ହେବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ।