ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି: ଆକାଶ ଦାସନାୟକ


ଭୁବନେଶ୍ୱର: କଟକ ଜିଲ୍ଲା ଏରକଣାସ୍ଥିତ ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇ କହିଲେ, ସଫଳତା ସହଜରେ ଆସେନି । ଏଥିପାଇଁ ଦରକାର କଠୋର ପରିଶ୍ରମ ଆଉ ଧୈର୍ଯ୍ୟ । ଜୀବନରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଅସୀମ ଧୈର୍ଯ୍ୟ ରଖିବାକୁ ପଡ଼ିବ । ବାରମ୍ବାର ଅସଫଳ ହେବେ, କିନ୍ତୁ କେବେ ନିଜ ପରିଶ୍ରମକୁ ଅଟକାଇବେ ନାହିଁ । ଯେଉଁ ଯାଏ ସଫଳତାର ପାହାଚ ନଛୁଇଁଛନ୍ତି ସେ ପର୍ଯ୍ୟନ୍ତ ଦୃଢ଼ ଇଚ୍ଛାଶକ୍ତି ସହ ପରିଶ୍ରମ କରିଚାଲିବେ । ଦେଖିବେ, ନିଶ୍ଚିତ ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମୟରେ କ୍ରୀଡ଼ା ସହ ଶିକ୍ଷାଗ୍ରହଣ କରି ଭବିଷ୍ୟତରେ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କନକ ନ୍ୟୁଜର ମୁଖ୍ୟ ସମ୍ପାଦକ ମନୋରଞ୍ଜନ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦୈନନ୍ଦିନ ଜୀବନରେ ମୋବାଇଲ୍ ଫୋନ୍‌ର ଖରାପ ଓ ଭଲ ପ୍ରଭାବ ବିଷୟରେ ବୁଝାଇଥିଲେ ।
କଲେଜର ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ରବୀନ୍ଦ୍ରନାଥ ମଲ୍ଲିକ ଛାତ୍ରଛାତ୍ରୀଙ୍କୁ ସଫଳତା ହାସଲ ସହ ଉତ୍ତମ ମଣିଷ ହେବାକୁ କହିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ହରପ୍ରିୟା ପଣ୍ଡା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ, ୬୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ୬୦ରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault