ପଥରଖମ୍ବ ଗାଁ ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର(ରିତେଶ ବ୍ରହ୍ମା):  କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଗତ ୧୫ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡର ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ଯୋଗାଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି । ପଥରଖମ୍ବ ଗାଁ ହରିଜନ ସାହିର ମୋଟ ୨୪ ଗୋଟି ପରିବାରର ପରିବାର ପିଛା ୨୦ହଜାର ଟଙ୍କା ଲେଖାଏଁ ଚେକ୍ ଏବଂ ୨ ହଜାର ଟଙ୍କା ଲେଖାଏଁ ନଗଦ ଟଙ୍କା ପ୍ରଦାନ କରାଯାଇଛି । ଏଥିସହିତ ସେମାନଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଲୋକମାନେ ରହିବା ପାଇଁ ପଲିଥିନ ପ୍ରଦାନ କରାଯାଇଛି । ଖୁବଶୀଘ୍ର ଅଗ୍ନିବିପନ୍ନଙ୍କ ପାଇଁ ଘର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠି ପ୍ରକାଶ କରିଛନ୍ତି । ସୁତରାଂ ଗତ ୧୫ ତାରିଖ ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ ସମୟରେ ଭୟାବହ ଅଗ୍ନିକାଣ୍ଡରେ ୪୭ ବଖରା ଘର ଏବଂ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ,ଚେୟାରମ୍ୟାନ,ସରପଞ୍ଚ ଏବଂ ସ୍ଥାନୀୟ ଯୁବ ସମାଜସେବୀ ମାନେ ସହଯୋଗ କରିଛନ୍ତି ।

0
0
0
s2sdefault