ଅବସରପ୍ରାପ୍ତ ସି ଆର ପି ଏଫ ଯବାନ ଙ୍କ ଉପସ୍ଥିତି ଉତ୍ସାହିତ କରିଥିଲା ଛାତ୍ରଛାତ୍ରୀ ମାନଙ୍କୁ
ବରଗଡ଼ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ କ୍ଲଷ୍ଟର ଅଧିନସ୍ଥ ୫ ଟି ବିଦ୍ୟାଳୟରେ ପୁଲବାମା ଶହୀଦ ମାନଙ୍କର ସ୍ମୃତି ରେ ଆଜି ସହିଦ ଉଦ୍ୟାନ ତିଆରି କରାଯାଇଛି । ବିଦ୍ୟାଳୟ ଗୁଡ଼ିକ ହେଲା ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁମୁରିପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅମଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପିଲାମାନଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ତଥା ଯବାନ ମାନଙ୍କ ସମ୍ବନ୍ଧରେ ପିଲାମାନଙ୍କୁ ପ୍ରତ୍ୟକ୍ଷ ସୂଚନା ପ୍ରଦାନ କରିବା ପାଇଁ ସିଆରସିସି ଶ୍ରୀ ଦିବସ କୁମାର ସାହୁ ପାଇକମାଲ ଠାରେ ରହୁଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଅବସରପ୍ରାପ୍ତ ଜ ଯବାନ ଶ୍ରୀ ଡୋଳମଣି ବଢେଇ ଙ୍କୁ ନିମନ୍ତ୍ରଣ କରିଥିଲେ।
ଶ୍ରୀ ବଢ଼େଇ ଉପରୋକ୍ତ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଭାବ ଆଦାନ ପ୍ରଦାନ କରିଥିଲେ।ପ୍ରଥମେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯବାନ ଙ୍କ ଚଲାପଥରେ ପୁଷ୍ପବୃଷ୍ଟି କରି ପାଛୋଟି ନେଇଥିଲେ।ଏହି ସମୟରେ ଦେଶଭକ୍ତି ସ୍ଲୋଗାନ ମାନେ ଦିଆଯାଉଥିଲା।ପରେ ପ୍ରତେକ ବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହ ଯବାନ ମାନଙ୍କ ସହିଦ ଯବାନ ମାନଙ୍କ ଫୋଟୋ କୁ ସେହି ଚାରା ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ ।
ଏହାପରେ ଛାତ୍ରଛାତ୍ରୀ ମାନେ ଦୀପ ପ୍ରଜ୍ବଳନ କରି ନମସ୍କାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହାପରେ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଯବାନ ଶ୍ରୀ ବଢ଼େଇ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ପିଲାମାନେ ଯବାନ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ପ୍ରଦାନ କରି ପିଲାମାନଙ୍କୁ ଅନେକ ଉପାଦେୟ ବାର୍ତା ଦେଇଥିଲେ।ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ ଯବାନ ମାନଙ୍କ କାର୍ଯ୍ୟଶୈଳୀ ,ବୀରତ୍ୱ ତଥା ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଦେଶପ୍ରତି ସମର୍ପଣ ଭାବନା ରଖି ନିଜର କର୍ତ୍ତବ୍ୟ ପାଳନ କରିବା ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ।ପିଲାଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ସିଆରସିସି ଦିବସ କୁମାର ସାହୁଙ୍କ ଏହି ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ସହିତ ଏହୂଭଳି କାର୍ଯକ୍ରମ ପ୍ରତେକ ସ୍କୁଲରେ ଆୟୋଜନ ହେବା କଥା ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଛନ୍ତି ।