ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ବନବିଭାଗର ପ୍ରୟାସ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ କଲେଜ ରୋଡରେ ସୋମବାର ରାତି ପ୍ରାୟ ୮.୩୦ ସମୟରେ ୧୪ପଟ ହାତୀ ଆସିଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖା ଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ସଜାଗ ହୋଇପଡ଼ିଥିବା ବେଳେ ନିଜକୁ ସୁରକ୍ଷିତ ରଖିବାକୁ ଏଣେତେଣେ ଦୈ।ଡି ଯାଇଥିଲେ । ଓଡ଼ଗାଁ-ନୟାଗଡର ମୁଖ୍ୟ ସଡ଼କ କଲେଜ ରୋଡଟି ଜନଗହଳି ପୂର୍ଣ୍ଣ ରହୁଥିବାରୁ ରାସ୍ତା ଅତିକ୍ରମ କରିବାକୁ ଆସିଥିବା ହାତୀମାନେ ଚନ୍ଦ୍ରମଣି ତୋଟାଦେଇ କୁମ୍ଭିଆପଲ୍ଲୀ ଅଭିମୁଖେ ଯାଉଥିବା ପଦଚିହ୍ନରୁ ଜଣା ପଡିଥିଲା । କିନ୍ତୁ ବିଳମ୍ବିତ ରାତିରେ ସେମାନେ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଥିବାରୁ ଏନେଇ ବନବିଭାଗ କର୍ମଚାରୀ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ମାସେ ୨ମାସ ତଳେ ଓଡ଼ଗାଁ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବରେ ବହୁ ଫସଲବାଡି ନଷ୍ଟ ହୋଇଥିବା ବେଳେ ଓଡ଼ଗାଁ ଏନ୍ଏସି ନିକଟ ଜଙ୍ଗଲ ଛାଡ଼ି ହାତୀମାନେ ଦୁରକୁ ଯାଇନଥିବା ପରିସ୍ଥିତିରୁ ଅନୁମାନ ହେଉଛି । ଏଣୁ ସେମାନଙ୍କ ଗତିବିଧି ଉପରେ ନଜର ରଖି ବନବିଭାଗ ଏନ୍ ଏସ ଏସି ଅଞ୍ଚଳ ବାସୀଙ୍କୁ ସର୍ବଦା ସୂଚନା ପ୍ରଦାନ କରିବାର ଆବଶ୍ୟକତା ରହିଛି ।











