ମେଲଛାମୁଣ୍ଡା କଲେଜରେ ମାଗଣା ସ୍ୱାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପକୃତ ହେଲେ ୧୫୦୦ରୁ ଉର୍ଧ୍ଵ ରୋଗୀ

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ କଲେଜ ପରିସରରେ ରବିବାର ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାୟପୁରସ୍ଥିତ ଶ୍ରୀ ବାଲାଜୀ ହସପିଟାଲ ଆନୁକୁଲ୍ୟରେ ଏବଂ କଲେଜ କତୃପକ୍ଷ, ଏନଏସଏସ, ରେଡକ୍ରସ ଓ ଲାୟନ୍ସ କ୍ଳବର ମିଳିତ ସହଯୋଗରେ ଏକ ଦିବସୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରଟିକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦଘାଟିତ କରିଥିଲେ । ଅଂଚଳର ୧୫୦୦ରୁ ଉର୍ଦ୍ଧ୍ୱ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇପାରିଥିଲେ ।

ସ୍ୱାସ୍ଥ୍ୟ ଶିବିରରେ ଶ୍ରୀ ବାଲାଜୀ ହସପିଟାଲର କାଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ନେଫ୍ରୋଲୋଜି, ରିଉମାଟୋଲୋଜି, ଚକ୍ଷୁ, ଇଏନଟି, ସରଜରି, ଗ୍ୟାନୋକୋଲୋଜି, ଫିଚିଆଟ୍ରି, ଅର୍ଥୋପେଡିକ, ଗ୍ୟାଷ୍ଟ୍ରୋଲୋଜି, ମେଡିସିନ, ପେଡିଆଟ୍ରିକ, ଫିଜିଓଥ୍ରାପି ଆଦି ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଚିକିତ୍ସାର ପରାମର୍ଶ ଦେଇଥିଲେ । ଶତାଧିକ ଲୋକ ମାଗଣାରେ ବ୍ଳଡପ୍ରେସର ଏବଂ ସୁଗର ପରିକ୍ଷା କରାଇଥିଲେ ।

ମେଲଛାମୁଣ୍ଡା ବାସିନ୍ଦା ତଥା ଶ୍ରି ବାଲାଜି ହସପିଟାଲରେ ନ୍ୟୁରୋଲୋଜି ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ଭୋଇଙ୍କ ପାଖରେ ରୋଗୀ ମାନଙ୍କ ପ୍ରବଳ ଭିଡ ଜମିଥିଲା । ବିଶେଷଜ୍ଞ ଡାକ୍ତର ମାନଙ୍କୁ ମେଲଛାମୁଣ୍ଡା ଅଂଚଳର ସ୍ଥାନୀୟ ଡା.ଡମ୍ବରୁଧର ଦେବତା, ଡା.ତାରାକାନ୍ତ ସାହୁ, ଡା.ଦିଲିପ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault