ହଡି ଗୁଡି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇକମାଳକୁ ହରାଇ ବଲାଙ୍ଗିର ଚମ୍ପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଳ : ପାଇକମାଳ ଏମି ସ୍କୁଲ ଖେଳ ପଡିଆ ଠାରେ ୨୮ତମ ହଡି ଗୁଡି ଫୁଟବଲ୍  ଟୁର୍ଣ୍ଣାମେଣ୍ଟ ପାଇକମାଳକୁ ହରାଇ ବଲାଙ୍ଗିର ଚମ୍ପିଆନ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଜିକାର ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କ୍ରିକେଟ ପ୍ରତି ଯୁବ ସମାଜ ଆକୃଷ୍ଟ ହେଉଥିବା ବେଳେ ଏବେ ମଧ୍ୟ ଅନେକ ସ୍ଥାନରେ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ ରହି ଛନ୍ତି । ଗତ 30 ବର୍ଷ ରୁ ଉର୍ଦ୍ବ ହେବ ପାଇକମାଲ ର ନର୍ସିଂ ସ୍ପୋର୍ଟିଂ ତରଫରୁ ହର୍ଡ଼ିଗୁରଡି ଫୁଟବଲ ତୁର୍ଣ୍ଣାମେଂଟ ର ଆୟୋଜନ କରାଯାଇଛି । ଆଜି ସନ୍ଧ୍ୟା ସମୟରେ ଅୟୋଜିତ ଫାଇନାଲ ମେଚ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବାଟ ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି ଖେଳାଳି ଓ ଖେଳ ପ୍ରେମୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ତୁର୍ଣ୍ଣାମେଂଟ ରେ ସମୁଦାୟ ସାତ ଗୋଟି ମେଚ ଖେଳା ଯାଉଥିବା ବେଳେ ରାଜ୍ୟ ତଥା ପଡୋଶୀ ଛତିଶଗଡ଼ ରାଜ୍ୟରୁ ସମୁଦାୟ ଆଠ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ । ଆଜିକାର ଏହି ଫାଇନାଲ ମେଚ ରେ ଅନ୍ୟ ମାନଙ୍କ ମଧ୍ୟରେ 80 ଦଶକ ର ସୁନାମଧନ୍ୟ ଫୁଟବଲର ଶ୍ରୀ କୁସୁମ ରାଓ , ପାଇକମାଲ ହାଇ ସ୍କୁଲ ର ପୂର୍ବତନ ଖେଳ ଶିକ୍ଷକ ଶ୍ରୀ ସୁଧାଂଶୁ ମାଝୀ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପ୍ରମୁଖ ଯୋଗଦାନ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ତୁର୍ଣ୍ଣାମେଂଟ କୁ ଉପଭୋଗ କରିବା ପାଇଁ ପାଇକମାଲ ଓ ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଜମା ହେଉଥିଲେ ।

0
0
0
s2sdefault