ହେଡଲାଇନସ୍:

ଗରିବ ଲୋକଙ୍କ ଚାଉଳ କାଟ୍‍ ନେଇ ଓଡିଶା ବିଜେପିର ମୁଖା ଖୋଲାଯିବ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗରିବ ଲୋକଙ୍କ ମୁହଁରୁ ଦାନା ଛଡାଇ ନେଇଛି ବିଜେପି
 ସାରା ରାଜ୍ୟରେ ହେବ ଆନ୍ଦୋଳନ

ଭୁବନେଶ୍ୱର, : ରାଜ୍ୟର ୩.୨୫ କୋଟି ଲୋକେ ପ୍ରତି ମାସରେ ପାଉଥିବା ୫ କିଲୋଗ୍ରାମ ଚାଉଳକୁ ଓଡ଼ିଶା ବିଜେପି କିପରି ଛଡ଼ାଇ ନେଇଛି ବିଜେଡି ତାହାର ପର୍ଦ୍ଦାଫାସ କରିବ ବୋଲି କହଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରି ଓଡିଶା ବିଜେପି ରାଜ୍ୟର ୩.୨୫ କୋଟି ଗରିବ ଲୋକଙ୍କୁ ମିଳୁଥିବା ୫ କିଲୋ ଚାଉଳକୁ ଛଡାଇ ନେଇଛି । ଏ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଓଡିଶା ବିଜେପି ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ କରିବ ଏବଂ ଓଡିଶାର ଗରିବ ଲୋକଙ୍କ ଠାରୁ ଛଡାଇ ନିଆଯାଇଥିବା ୫ କେଜି ମାଗଣା ଚାଉଳ ଯେଭଳି ପୁଣି ଥରେ ସେମାନଙ୍କୁ ମିଳିବ ସେ ଦିଗରେ ଉଦ୍ୟମ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault