ହେଡଲାଇନସ୍:

"ଏଇ ଆମରି ଗାଁ" ୧୪ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ଜଗଦାନନ୍ଦ, ମହେନ୍ଦ୍ର ଓ ପ୍ରେମ ଆନନ୍ଦଙ୍କୁ ଚନ୍ଦ୍ରମାଧବ ମିଶ୍ର ସମ୍ମାନ
- ବିରଜା ରାଉତରାୟଙ୍କୁ ଈଶ୍ୱରଚନ୍ଦ୍ର ସାହିତ୍ୟ ସମ୍ମାନ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସମାଜ ଓ ସଂସ୍କୃତି’ର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅବସରରେ ଏକ ସ୍ୱତନ୍ତ୍ର ସଂଗୀତ ସଂଧ୍ୟା ‘ଏଇ ଆମରି ଗାଁ’ ଆସନ୍ତା ୧୪ ତାରିଖ ମଙ୍ଗଳବାର ସଂଧ୍ୟା ୬ଟା ୧୫ରେ ଜୟଦେବ ଭବନରେ ଅନୁଷ୍ଠିତ ହେବ । ଗାଁ ପରିବେଶ, ଗାଁ ଜୀବନ ଓ ଗାଁ ଅନୁଭୂତିକୁ ନେଇ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଓଡ଼ିଆ ଗୀତଗୁଡ଼ିକୁ ଏଥିରେ ପରିବେଷଣ କରାଯିବ । ବିଶିଷ୍ଟ କଣ୍ଠଶିଳ୍ପୀ ସୁବାସ ଦାଶ, ବିଭୁକିଶୋର, ସୌରଭ ନାୟକ, ଗିରିଜା, ଶୈଳଭାମା ଓ ଆଦ୍ୟାଶା ଦାସ ପ୍ରମୁଖ ସଂଗୀତ ପରିବେଷଣ କରିବେ । ମିଲନ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ । କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କୁ ଗ୍ରାମ୍ୟ ପରିବେଶର ଅନୁଭବ ଦେବା ପାଇଁ ମଞ୍ଚ ଓ ପ୍ରେକ୍ଷାଳୟ ପରିସରକୁ ଗ୍ରାମ୍ୟ ଜୀବନର ଛାପ ଦେଇ ସଜାଯିବ । ଗାଁକୁ ନେଇ ସୃଷ୍ଟି ହୋଇଥିବା ଅଭୁଲା ଗୀତ ମାଧ୍ୟମରେ ସହରବାସୀଙ୍କ ମନରେ ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରାକୁ ଊଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଭାପତି ନିଶିକାନ୍ତ ମିଶ୍ର କହିଛନ୍ତି ।
ଏହି ଅବସରରେ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । କଥାକାର ବିରଜା ରାଉତରାୟଙ୍କୁ ‘ଈଶ୍ୱରଚନ୍ଦ୍ର ସାହିତ୍ୟ ସମ୍ମାନ’, ସମାଜସେବୀ ଜଗଦାନନ୍ଦ, ଶିଳ୍ପପତି ମହେନ୍ଦ୍ର ଗୁପ୍ତା ଓ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ‘ଚନ୍ଦ୍ରମାଧବ ମିଶ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସରୋଜ ସାମଲ ଓ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ଯୋଗ ଦେବେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟ, ସଂଗୀତପ୍ରେମୀ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

0
0
0
s2sdefault