ହେଡଲାଇନସ୍:

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୩ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ମୋହନା , ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଗାୱରା ତିରୁପତି ରାଓ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ, ଅଧକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀମତୀ ସୁନେମୀ ମଣ୍ଡଳ, ଅଧକ୍ଷା,ପଞ୍ଚାୟତ ସମିତି ଗୁମ୍ମା, ଶ୍ରୀମତୀ ରେଣୁକା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗାଇବା, ଗୁମ୍ମା ବ୍ଲକ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ହାଡଭଙ୍ଗା ପରିଶ୍ରମକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଏହି କୃଷକ ମେଳା ଅନୁଷ୍ଠିତ ହୋଇଛି। ଏହି ମେଳା ତା.୧୦.୦୨.୨୦୨୩ ରିଖ ଠାରୁ ତା.୧୩.୦୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁରହିବ I ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ “ଜିଲ୍ଲାର ସମସ୍ତ ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କୃଷି ଯାନ୍ତ୍ରିକ ସୁବିଧା ଯୋଗାଇ ଦେବା ସହିତ ଆଜିର ଜିଲ୍ଲା କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି ସମସ୍ତ ଚାଷୀଙ୍କୁ କହିଥିଲେ।
ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ଫର୍କରେ ଆଲୋଚନା କରଯାଇଥିଲା। ମିଶ୍ରିତ ଫସଲର ଚାଷ , ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ୍ ଉପଯୋଗ ଓ ପରିଚଳନା , ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୃଷକଙ୍କୁ କମ୍ ଦରରେ ବିଭିନ୍ନ କୃଷି ଯନ୍ତ୍ରପାତି ଓ ମାଛ ଜାଲ ପ୍ରଦାନ କରାଯାଇଥିଲା। କୃଷି ଯନ୍ତ୍ରପାତି ମେଳାରେ ୫୦ ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଯୋଗାଣ ବ୍ୟବସ୍ଥା କରାଯାଇଛି।
ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣଙ୍କ ସମେତ କୃଷି ଓ ଆନୁସଙ୍ଗିକ ବିଭଗର ବରିଷ୍ଟ ଅଧିକାରୀ ମାନେ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଉଦ୍ୟଗି କରଣ ଉପରେ ଆଲୋଚନା କରିଥିଲେ।
ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ସମ୍ବଲପୁରୀ ନୃତ୍ୟ , ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ , ମିରାକେଲ୍ ଡେନ୍ସ ଷ୍ଟୁଡିଓ ର ମଡେନ୍ ଡେନ୍ସ ଓ ଗଜପତି ତାଇକୋଣ୍ଡୁ ର ନୃତ୍ୟ ସହ ଶର୍ମିଷ୍ଠା ସରକାର ଙ୍କ ମନଛୁଆଁ ସଂଗୀତ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା।

0
0
0
s2sdefault