ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି ।ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ପୂରଣ ହୋଇଛି .
ସୂଚନା ଯୋଗ୍ୟ ଯେ ଗତ ଉପନିର୍ବାଚନ ସମୟରେ ପାଇକମାଳ ର ଜନତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପାଇକମାଳ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି କୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ .ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ ।
ପାଇକମାଳ ର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ ।
ବହୁ ପ୍ରତୀକ୍ଷିତ ଏହି ଦାବି ପୂରଣ ହେବା ପରେ ପାଇକମାଲ ଅଞ୍ଚଳ ବାସୀ ଙ୍କର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପାଇକମାଲ ଧର୍ମଶାଳା ଠାରେ ନାଗରିକ କମିଟି ର ନେତୃତ୍ୱରେ ଅୟୋଜିତ ଏକ ସଭାରେ ପାଇକମାଲ ନାଗରିକ କମିଟି , ବଣିକ ସଙ୍ଘ , ସାମ୍ବାଦିକ ସଙ୍ଘ ର କର୍ମକର୍ତ୍ତା ମାନେ ରାଜ୍ୟ ସରକାର ଙ୍କର ଏହି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ କୁ ପ୍ରଶଂସା ଜରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ତଥା ସ୍ବର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ବଣିକ ସଙ୍ଘ ର ସଭାପତି ଶ୍ରୀ ଯୁଗଳ ମେହେର ଓ ସାମ୍ବାଦିକ ସଙ୍ଘ ର ସଭାପତି ଶ୍ରୀ ବଡ ସଥପଥୀ ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ ।
ରାଜ୍ୟ
ପାଇକମାଳ ରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର:ମୁଖ୍ୟମନ୍ତ୍ରୀଙ୍କୁ ତଥା ସ୍ବର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ
- Hits: 725











