ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ କଲେଜ ପରିସରରେ ଆସନ୍ତା କାଲି ରବିବାର ଦିନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାୟପୁରସ୍ଥିତ ଶ୍ରୀ ବାଲାଜୀ ହସପିଟାଲ ଆନୁକୁଲ୍ୟରେ ଏବଂ କଲେଜ କତୃପକ୍ଷ, ଏନଏସଏସ, ରେଡକ୍ରସ ଓ ଲାୟନ୍ସ କ୍ଳବର ମିଳିତ ସହଯୋଗରେ ଏକ ଦିବସୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ ଶିବିରରେ ଶ୍ରୀ ବାଲାଜୀ ହସପିଟାଲର କାଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ନେଫ୍ରୋଲୋଜି, ର୍ୟୁମାଟୋଲୋଜି, ଚକ୍ଷୁ, ଇଏନଟି, ସରଜରି, ଗ୍ୟାନୋକୋଲୋଜି, ଫିଚିଆଟ୍ରି, ଅର୍ଥୋପେଡିକ, ଗ୍ୟାଷ୍ଟ୍ରୋଲୋଜି, ମେଡିସିନ, ପେଡିଆଟ୍ରିକ, ଫିଜିଓଥ୍ରାପି ଆଦି ବିଭାଗର ବିଶେଷଜ୍ଞ ଡାକ୍ତର ମେନେ ଉପସ୍ଥିତ ରହି ଚିକିତ୍ସାର ପରାମର୍ଶ ଦେବେ । ଏପରି ର୍ଦୁଲଭ ବିଭାଗ ଗୁଡିକର ଚିକିତ୍ସା ପାଇଁ ମେଲଛାମୁଣ୍ଡା ଅଂଚଳବାସୀ ବିଭିନ୍ନ ଦୂର ସ୍ଥାନକୁ ଚିକିତ୍ସା ପାଇଁ ଯାଇ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ତେଣୁ ଏପରି ସୁଯୋଗ ନିଜ ଅଂଚଳରେ ପାଇ ହାତ ଛଡା ନ କରିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅନୁରୋଧ କରିଛନ୍ତି ।












