ହେଡଲାଇନସ୍:

ଗଜପତି ଜିଲ୍ଲା କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଯୋଜନାର ସମୀକ୍ଷା କଲେ ବିଭାଗୀୟ ଷ୍ଟାଣ୍ଡିଂ କମିଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ମାନ୍ୟବର ସବ୍-କମିଟି -୩ ର ଘଟଣାସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ -୬ , ଶୁକ୍ରବାର ଦିନ ଗଜପତି ଜିଲ୍ଲା ଗ୍ରସ୍ତ କରିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ , ସମବାୟ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ କମିଟି ସମୀକ୍ଷା କରିଛନ୍ତି। କମିଟିର ସଦସ୍ୟ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢ଼ାଲି ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ସମୀକ୍ଷା କରୁଥିଲେ। ମାନ୍ୟବର ବିଧାୟକ, ମୋହନା ,ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ଉପସ୍ଥିତିରେ ଜିଲ୍ଲାର ଆଧାର କାର୍ଡ ଲିଙ୍କେଜ୍ , ନୂତନ ହିତାଧିକାରୀଙ୍କ ଯୋଗ ଓ ମୃତୁ ହିତାଧିକାରୀଙ୍କୁ ବାଦ , ଗୋଦାମ ଗୃହ , ମିଲର ସଂଖ୍ୟା , ଆର୍ ଏମ୍ ସି ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ଜିଲ୍ଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା , ଓଡ଼ିଶା ସରକାଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା କ୍ରାପ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତି ହୋଇଥିବା ସ୍ଵୟଂ ସହାୟକା ଗୋଷ୍ଠୀ ଉପରେ ସମୀକ୍ଷା କରୁଥିଲେ। ବୈଠକରେ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାର ଚାଷୀ ମାନଙ୍କଠାରୁ ଧାନ କିଣିବା ସହିତ ଠିକ୍ ସମୟରେ ନିଜ ନିଜ ବ୍ୟାଙ୍କ ଖାତାରେ ପଇସା ଜମା କରାଯାଇଛି।
ଜିଲ୍ଲାରେ ୫ ଲକ୍ଷ୍ୟ ୩୩ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି ସୁଚନା ଦେଇଥିଲେ। ଏହା ସହିତ ଜିଲ୍ଲା ମଙ୍ଗଳ ବିଭାଗୀୟ ଓ ହସ୍ତ ଶିଳ୍ପ ବିଭାଗ ପ୍ରମୁଖ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା।
ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ (ରାଜସ୍ବ) , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାମଦେବ ସିଂ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ରଥଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ। ପୂର୍ବରୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ସ୍ଥାନୀୟ ଆର୍ ଏମ୍ ସି ଗୋଦାମ ଗୃହ , ସିଧମାଡଙ୍ଗ ଗ୍ରାମ ପଞ୍ଚାୟତ ଓ ଗଜପତି ଷ୍ଟାଡିୟମ୍ ର ହାଣ୍ଡିକ୍ରାପ୍ଟ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥଲେ।
ବିଭିନ୍ନ ଧାନ ମଣ୍ଡିର କାର୍ଯ୍ୟରତ ଶ୍ରମିକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନକୁ କମିଟି ପ୍ରଶଂସା କରିଥିଲେ।

0
0
0
s2sdefault