ହେଡଲାଇନସ୍:

ଆନନ୍ଦପୁର ଡିଗ୍ରୀ କଲେଜରେ ପୁରାତନ ଛାତ୍ର ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ନିଜ ଅନୁଷ୍ଠାନର ବିକାଶରେ ସାମିଲ ହୁଅ"

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡିଗ୍ରୀ କଲେଜରେ ଶୁକ୍ରବାର ‘ମୋ କଲେଜ ଅଭିଯାନର’ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ଭାବେ ‘ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଅନୁଷ୍ଠାନ ସହ ସାମିଲ ହୋଇ ଏହାର ବିକାଶ କରିବାକୁ ପ୍ରେରଣା ଦେଇଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀ ଦାସନାୟକ କହିଥିଲେ, ଶିକ୍ଷାନୁଷ୍ଠାନର ମୂଳଦୁଆ ହେଉଛନ୍ତି ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ । ସେମାନଙ୍କ ସଫଳତାରେ ହିଁ ଶିକ୍ଷାନୁଷ୍ଠାନର ସଫଳତା ଜଡ଼ିତ । ଆଉ ସେମାନଙ୍କୁ ନେଇ ଶିକ୍ଷାନୁଷ୍ଠାନ ଗର୍ବ କରିଥାଏ । ଛାତ୍ରଛାତ୍ରୀମାନେ ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ନିଜର ଭବିଷ୍ୟତ ଗଢ଼ିଛନ୍ତି । ବର୍ତ୍ତମାନ ସମୟ ଆସିଛି ସେମାନେ ନିଜ ଶିକ୍ଷାନୁଷ୍ଠାନକୁ ଫେରନ୍ତୁ । ଏହାର ବିକାଶରେ ସାମିଲ ହୁଅନ୍ତୁ । ଆର୍ଥିକ ଭାବେ ହେଉ କି ବୌଦ୍ଧିକ ଭାବେ ହେଉ ଏହାର ଉନ୍ନତି ପାଇଁ ସହାୟତା କରିବାକୁ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହା ସହସେ ‘ମୋ କଲେଜ ଅଭିଯାନ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ।
ଏହି ସମ୍ମିଳନୀରେ କଲେଜର ଅଧ୍ୟକ୍ଷ ଡ. ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । କଲେଜର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ବିଷୟରେ ସେ ଉଲ୍ଲେଖ କରିଥିଲେ । ମୋ କଲେଜର ସଂଯୋଜକ ରଘୁଦୀପ୍ତ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପୁରାତନ ଛାତ୍ର ପରିଷଦର ସଭାପତି ରାମଚନ୍ଦ୍ର ସୁରଙ୍କ ସମେତ ୪୫ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୪୦ଜଣ କର୍ମକର୍ତ୍ତା ଓ ବର୍ତ୍ତମାନ ଶିକ୍ଷାଗ୍ରହଣ କରୁଥିବା ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

0
0
0
s2sdefault