ହେଡଲାଇନସ୍:

ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଇକୋନୋମିକ୍ସ ରେ ପାଇଲେ ଗୋଲଡ଼ ମେଡାଲ।

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା ।ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା |

ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାବି ଛାତ୍ରୀ ଥିଲେ ।ରମାଦେବୀ ମହିଳା ମହାବିଦ୍ୟାଳୟର ୨ୟ ସମବାର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ଦାନ ପାଇଛନ୍ତି । ଏଥିପାଇଁ ସ୍ୱୟଂପ୍ରଭାଙ୍କୁ ପଢ଼ାଇଥିବା ଶିକ୍ଷାବିତ ,ପରିବାର ଲୋକ ଏବଂ ଗ୍ରାମବାସୀ ସ୍ଵାଗତ ଜଣାଇଛନ୍ତି ।

0
0
0
s2sdefault