ହେଡଲାଇନସ୍:

କଥା ରଖିଲେ ସରକାର : ପାଇକମାଲ ଡାକ୍ତରଖାନା କୁ ସିଏଚସି ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ସୁଶାନ୍ତ ସିଂ , ବିଧାୟିକା ବର୍ଷା ବରିହା ଓ ଅଂଚଳବାସୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ଡାକ୍ତରଖାନା କୁ ସିଏଚସି ରେ ପରିଣତ କରିବା ପାଇଁ ବହୁ ଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ବ୍ଲକ ପଡୋଶୀ ଝାରବନ୍ଧ ବ୍ଲକ ତଥା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କୁ ଆସୁଥିବା ଅନେକ ପର୍ଯଟକ ଓ ତୀର୍ଥଯାତ୍ରୀ ଏହି ଡାକ୍ତରଖାନା ଉପରେ ନିର୍ଭର । ଏଣୁ ଏହି ଡାକ୍ତରଖାନା କୁ ଏକ ଅତ୍ୟାଧୁନିକ ସିଏଚସି ରେ ପରିଣତ କରିବା ପାଇଁ ଅଂଚଳର ଜନସାଧାରଣ ଦୀର୍ଘ ବର୍ଷ ହେଲା ବିଭିନ୍ନ ମହଲରେ ଦାବି ଜଣାଇ ଆସୁଥିଲେ । ଜନସାଧାରଣ ଙ୍କର ଦାବି ଓ ଆବଶ୍ୟକତା କୁ ସମ୍ମାନ ଜଣାଇ ଗତ କାଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଚିଠି ମାଧ୍ୟମରେ ପାଇକମାଲ ଡାକ୍ତରଖାନା କୁ ସିଏଚସି ମାନ୍ୟତା ଦେଇଥିବା ଘୋଷଣା କରାଯାଇଛି । ଏହି ଖବର ଜଣାପଡିବା ପରେ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି ।

ସୂଚନା ଯୋଗ୍ୟ ଯେ ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି କୁ
ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ |
ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ | ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ | ପାଇକମାଳ ର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ | ପୁର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହିତ ଅଞ୍ଚଳ ବାସୀ ଙ୍କୁ ଅଭିନନ୍ଦନ ଜଣେଇଛନ୍ତି । ପାଇକମାଲ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା , ବଣିକ ସଙ୍ଘ ର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ସମ୍ପାଦକ ଶ୍ରୀ ସୁବ୍ରତ ସାହୁ , ସମ୍ବାଦିକ ସଙ୍ଘ ର ସଭାପତି ଶ୍ରୀ ବଡ ସଥପଥୀ , ପ୍ରମୁଖ ପୂର୍ବତନ ମନ୍ତ୍ରୀ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଓ ସ୍ବର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଙ୍କୁ ସେମାନଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ପାଇକମାଲ ଡାକ୍ତରଖାନା କୁ ସିଏଚସି ମାନ୍ୟତା ପ୍ରଦାନ କରିଥିବା କାରଣରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

0
0
0
s2sdefault